ସମ୍ବଲପୁର: ସମ୍ବଲପୁରୀ ନୃତ୍ୟର ଆନୁଷ୍ଠାନିକ ଶିକ୍ଷା ଦାନ ସମୟରେ ଡ. ସପନ ମିଶ୍ରଙ୍କ ଗବେଷଣାଲବ୍ଧ ନିବନ୍ଧ ଉପାଦେୟ ହୋଇପାରିବ। ପଶ୍ଚିମ ଓଡ଼ିଶାର ଲୋକ ଗୀତ ନୃତ୍ୟ ବାଦ୍ୟର ବ୍ୟାକରଣୀକ ପକ୍ଷ ସମ୍ବନ୍ଧରେ ଗବେଷଣା କରି ସମ୍ବଲ୍ପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ନିକଟ ଅତୀତରେ ଡକ୍ଟରେଟ୍ ପାଇଥିବା ଡ. ସପନ ମିଶ୍ରଙ୍କର୍ ସମ୍ମାନାର୍ଥେ ଅୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ନିମନ୍ତ୍ରିତ ବକ୍ତା ଭାବରେ ଯୋଗ ଦେଇ ଗୁରୁ ରଣ୍ଜିତ ନାଗ ଏକଥା ପ୍ରକାଶ କରିଛନ୍ତି।
ଡ. ସପନ ମିଶ୍ରଙ୍କର ଏତାଦୃଶ ଗବେଷଣା ପଶ୍ଚିମାଂଚଳର ଲୋକ ଗୀତନୃତ୍ୟବାଦ୍ୟ ସମୂହର ଓ ବିଶେଷ କରି ‘ସମ୍ବଲପୁରୀ ନୃତ୍ୟ’ ର ନୀତିରୀତି ଓ ଶୈକ୍ଷିକ ପଦ୍ଦତି ବାବଦରେ ନୂତନ ଦିଗନ୍ତ ଉନ୍ମୋଚିତ କରିବାରେ ସହାୟକ ହେବ।ଏ ଦିଗରେ ଡ. ମିଶ୍ର ପ୍ରାୟ ଚାରି ଦଶନ୍ଧି ଧରି ସଂଗ୍ରହ ଓ ବିଶ୍ଲେଷଣ କରିଥିବା ଏହି ଅଂଚଳର ସମସ୍ତ ଗୀତ, ନୃତ୍ୟ, ବାଦ୍ୟ,ଆଭୂଷଣ,ପ୍ରଭୃତିର ସୂତ୍ରକୁ ପ୍ରଦର୍ଶନକାରୀ ସଂସ୍ଥା ଓ ସଂଗଠନମାନେ ବ୍ୟବହାରରେ ଆଣିପାରିବେ। ଫଳରେ ଗବେଷଣା କରୁଥିବା କଳାକାରମାନେ ଏଥିରୁ ପ୍ରଭୂତ ଲାଭ ପାଇପାରିବେ।ଏଅଂଚଳର ଗୀତର ରାଗ,ଛନ୍ଦ,ସର୍ଗମ୍,ଆଦି ନିର୍ଣିତ ହୋଇ ଇଛ୍ଛୁକ ଶିକ୍ଷାର୍ଥୀ ଓ ଗବେଷକଙ୍କ କାର୍ଯ୍ୟରେ ଆସିବ। ବାଦ୍ୟର ତାଳ ନିରୂପିତ ହୋଇ ଆବଶ୍ୟକୀୟ ସ୍ଥଳେ ନୂତନ ସଂରଚନା ସମୟରେ ବ୍ୟବହୃତ ହୋଇ ପାରିବ। ଅଧୁନା ଅବାଂଛିତ ଭାବରେ କ୍ରମ ବିକୃତ ହୋଇ ଚାଲିଥିବା ସମ୍ବଲପୁରୀ ନୃତ୍ୟରେ ଲଗାମ୍ ଲଗାଯାଇପାରିବ। ଉପଯୁକ୍ତ ଭଙ୍ଗୀ ପ୍ରୟୋଜନୀୟତା ମୁତାବକ ବ୍ୟବହାରରେ ଆସିବ। ଯାହା ଫଳରେ ଏହାର ମୌଳିକତା ରକ୍ଷା ହେବା ସହ ଭବିଷ୍ୟତର ପ୍ରୟୋଗାତ୍ମକ ନୃତ୍ୟ ସମାର୍ଜ୍ଜନା ଆଶାନୁରୂପ ଭାବରେ ସମାହିତ ହୋଇ ପାରିବ ବୋଲୋ ସମ୍ବର୍ଦ୍ଦନା ଓ ଆଲୋଚନା ସଭାରେ ମତପ୍ରକାଶ ପାଇଛି।
ସଭାରେ ସଂଗୀତଜ୍ଞ ଡ.କ୍ଷୀରୋଦ ମହାରଣା , ସୁଲେଖକ କ୍ଷେତ୍ରମଣି ବିଭାର,
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ଜିଏମ୍ୟୁର ପୂର୍ବତନ ଇତିହାସ ବିଭାଗୀୟ ମୂଖ୍ୟ ପ୍ରଫେସର୍ ଦଧିବାମନ ସୁଗାୟକ ମୋହନ ସେଠ୍ ପ୍ରମୂଖ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇ ନିବନ୍ଧର ମୌଳିକତା ଉପରେ ନିଜର ବିଚାରଧାରା ରଖିଥିଲେ।
ଡ. ମିଶ୍ର ଗତ ଚାରି ଦଶନ୍ଧି ଧରି କରି ଆସିଥିବା ତାଙ୍କର ଗବେଷଣା ଉପାଦାନ୍ ସଂଗ୍ରହ ଓ ତାର ଶୋଧନ ସମ୍ବନ୍ଧରେ ସ୍ମୃତି ଚାରଣ କରିବା ସହ ସେ ସମସ୍ତ କଳାକାର ଓ ସହାୟକକାରୀମାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ।
ସଂଶିତ ଗବେଷଣା ନିବନ୍ଧରେ ସ୍ଥାନୀତ ସମସ୍ତ ସମ୍ବଲପୁରୀ ନୃତ୍ୟ ଭଙ୍ଗୀ ଓ ମୂଦ୍ରା ଗୁଡ଼ିକର କଳାକାର ଦ୍ବୟ ନ୍ରୃତ୍ୟ ନିର୍ଦ୍ଧେଶକ ଦିଲ୍ଲୀପ ସାହୁ ଓ ସୁନାମଧନ୍ୟା ନର୍ତ୍ତକୀ ମନୀଷା ଭୋଇଙ୍କୁ ଏହି ସଭାରେ ସମ୍ବର୍ଦ୍ଦିତ କରାଯାଇଥିଲା।
ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଦ୍ବାରା ଡ଼. ମିଶ୍ରଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା।
‘ଉକିଆ’,’ଲହରୀ’,’ରଙ୍ଗ ଫରୁଆ’,’କହର୍’,’ସ୍ବୟମ୍’,’ପଶ୍ଚିମାଂଚଳ ବୌଦ୍ଧିକ ମଂଚ’,’ସମ୍ବଲପୁର ସାଂସ୍କୃତିକ ପରିଷଦ’,’ବୁଢ଼ାରଜା ସାଂସ୍କୃତିକ ସଂଘ,’ସଚେତନ ସମ୍ବଲପୁର ନାଗରିକ କମିଟୀ’,’ସାଥୀ’,’ଏସ୍ଆର୍ଆଇଟି ୱେଲ୍ ଫେୟାର୍ କମିଟୀ’,’ନାରୀ ଜାଗରଣ ସମିତି’,’ହିଲ୍ ଭିୟୁ ସୋସାଇଟୀ’,’ଆଦର୍ଶ ନଗର୍ ସୋସାଇଟୀ’ ‘,’ମହାନଗର୍ ନିଗମ୍ ନାଗରିକ କମିଟୀ’ ଓ ଶତୃଘ୍ନଲାଲ୍ ସାହା, ଶ୍ରୀମତି ଭାରତୀ ପଣ୍ଡା,ଶ୍ରୀମାନ୍ ସିଦ୍ଧାର୍ଥ ସାହା,ଡ. ଦେବାଶିଷ ପ୍ରଧାନ,ସାଥି ଭଗତ୍,ଶ୍ରୀମତି ପାର୍ବତୀ ସେଠ୍,ଜିତେନ୍ଦ୍ର ସେଠ୍,ସିଦ୍ଧି ତ୍ରିପାଠୀ,ମାମାଲି ତ୍ରିପାଠୀ,ମୋହନ୍ ସେଠ୍,ସାଧକଶ୍ରୀ ସଦାନନ୍ଦ ପଣ୍ଡା,ଗୁରୁ ଦିଲ୍ଲୀପ ସାହୁ, ଅଭିନେତ୍ରୀ ରୋଜୀ ଷଡଙ୍ଗୀ,ପଣ୍ଡିତ ପ୍ରଣବ ମିଶ୍ର,ଜୁଲି ମହାପାତ୍ର ତାଳ ବାଦକ ସୁବାସ ଚନ୍ଦ୍ର ଭୋଇ,ନୃତ୍ୟ ନିର୍ଦ୍ଦେଶକ କୃଷ୍ଣ ବାଗ୍ ପ୍ରମୂଖ ସମ୍ବର୍ଦ୍ଧନାରେ ଅଂଶ ଗ୍ରହଣ କରିଥିଲେ।
ପ୍ରକାଶଯୋଗ୍ୟ,ଡ. ମିଶ୍ରଙ୍କର ପିଏଚ୍ଡ଼ି ନିବନ୍ଧଟି ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଦର୍ଶନ କଳା ବିଭାଗର ସଂଯୋଜକ ଓ ଓଡ଼ିଆ ବିଭାଗୀୟ ମୂଖ୍ୟ ପ୍ରଫେସର ଗୋପୀନାଥ ବାଗ୍ଙ୍କ ଦ୍ବାର ମାର୍ଗଦର୍ଶିତ ହୋଇ ଶାନ୍ତିନିକେତନ ବିଶ୍ବବିଦ୍ୟାଳୟର ପ୍ରଫେସର କିରଣବାଳା ମହାନ୍ତି,ପ୍ରଫେସର କଇଳାଶ ପଟ୍ଟନାୟକ ଓ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଫେସର ନାରାୟଣ ସାହୁଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା।