ବାଂଲାଦେଶ:ଛାତ୍ରଙ୍କ ପାଇଁ ପଦ ହରେଇଲେ,ଦେଶ ଛାଡ଼ି ପଳାତକ ହେଲେ ପ୍ରଧାନମନ୍ତ୍ରୀ। ଏକ ଛତ୍ରବାଦି ଶାସନ ପାଇଁ ଚାଲିଗଲା ପ୍ରଧାନମନ୍ତ୍ରୀ ପଦ। କ୍ଷମତାରେ ଅନ୍ଧ ହେଲେ ପ୍ରଧାନମନ୍ତ୍ରୀ ଶାସ୍ତି ଦେଲେ ଜନତା। ୧୫ ବର୍ଷର ସରକାରକୁ ୧୫ ମିନିଟରେ ଗାଦିରୁ କାଢି ଫୋପାଡି ଦେଲେ ଲୋକେ। ହଁ ଆଜ୍ଞା ଆମେ କହୁଛୁ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ କଥା। ଛାତ୍ର କୋଟାରୁ ଆରମ୍ଭ ପ୍ରତିବାଦ ଆଜି ୧୦୦ ରୁ ଅଧିକ ଲୋକଙ୍କ ଜୀବନ ନେବା ସହ ପ୍ରଧାନମନ୍ତ୍ରୀଙ୍କ ପଦ ଛଡେଇ ନେଇଛି। ବାଂଲାଦେଶରେ ହିଂସାର ମୂଳ କାରଣ ହେଉଛି ଲାଗୁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା। ଦେଶରେ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିଛି।
୧୯୭୧ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଏହି ବ୍ୟବସ୍ଥା ରଖାଯାଇଛି, ଯାହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି ବିଭିନ୍ନ ଛାତ୍ର ସଂଗଠନ।କିନ୍ତୁ ପ୍ରଧାନମନ୍ତ୍ରୀ ଛାତ୍ରଙ୍କ କଥାକୁ ଖାତିର କରୁନଥିଲେ, ଶେଷରେ ହିଂସା ଓ ବିଦ୍ରୋହ ଯୋଗୁ ମାତ୍ର କିଛି ମାସ ତଳେ ନିର୍ବାଚନ ଜିତିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସନା ଭୟରେ ଦେଶ ଛାଡ଼ିଛନ୍ତି। ଯେଉଁ ଜନତା ତାଙ୍କୁ ଗାଦିରେ ବସାଇଥିଲେ ଆଜି ସେଇ ଜନତା ତାଙ୍କୁ କାଢି ଫୋପାଡି ଦେଉଛନ୍ତି। ଏବେ ଭାରତର ଶରଣ ପଶି ମୋଦିଙ୍କ ଟେନିସ ବି ବଢେଇ ଦେଉଛନ୍ତି ହାସିନା। ଶେଖ ହାସିନାଙ୍କ ଅବସ୍ଥା ଦେଖି ମୋଦିଙ୍କ ମୁଣ୍ଡରେ ବି ଚଡକ। ହାସିନାଙ୍କ ପାଇଁ ଦେଶରେ ଓ ଦେଶ ବାହାରେ ମୋଦି ବିରୋଧ ହାୱା ବୋହିବା ଆରମ୍ଭ ହୋଇଥିବା ବେଳେ କଣ କରିବେ ମୋଦି ତାକୁ ଦେଖିବା ବାକି ରହିଲା।