32

ଜାଇକା ର ୫୦ ଫୁଟ ଗାତରେ ଗଳିପଡିଲା ପିକପଭ୍ୟାନ!

କଟକ: କଟକ ସହର ରେ ବିଭିନ୍ନ ସ୍ଥାନରେ ଯାଇକ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ। ଜାଇକା ଯନ୍ତ୍ରଣା ରେ ଜର୍ଜରିତ କଟକ ବାସୀ। ପ୍ରତ୍ୟେକ ଦିନ ଭୋଗୁଛନ୍ତି ଯମ ଯନ୍ତ୍ରଣା କଟକ ବସି । କଟକ ସହର ମାଟି ତଳ ଆଉ ସୁରକ୍ଷିତ ନୁହେଁ। ଜାଇକା ଯୋଗୁଁ ଖୋଖଲା ହେବାକୁ ଲାଗିଛି କଟକ ସହର ଭୂତଳ ମାଟି।

ବର୍ଷାରେ ବିଭନ୍ନ ସମୟରେ ବିଭିନ୍ନ ସ୍ଥାନରେ ଦବୁଛି ମାଟି ହାନି ହେଉଛି ବହୁ ଧନ ଜୀବନ।।କଟକ ସହରରେ ଏହି ଭଳି ଅନୁନ୍ନତ କାମ କରି ପରିବର୍ତ୍ତନ ର ନୂଆ ରୂପ ଦେବାକୁ ଯାଉଛି ସି.ଏମ.ସି। ତେବେ ଗତ ଦୁଇଦିନ ତଳେ ଲଘୁଚାପଜନିତ ବର୍ଷା ଯୋଗୁଁ କଟକ ପ୍ରେସ ଛକ ଠାରୁ ନୂଆ ବଜାର ରାସ୍ତା ମଝିରେ ପାଖାପାଖି ପଚାଶ ମିଟର୍ ରୁ ଉର୍ଦ୍ଧ୍ବ ରାସ୍ତା ଦବି ଯାଇଛି। ସୂଚନା ଅନୁସାରେ ମାଟି ତଳେ ଜାଇକା ଯେଉଁ ଭଳି ଭାବେ ବିନା ଟେକ୍ନିକାଲ ତରିକା ରେ ପାଇପ୍ ଲାଇନ୍ ପକାଉଛି ଫଳରେ ବିଭିନ୍ନ ସ୍ଥାନରେ ମାଟି ଦବି ଯାଉଛି। ଜାଇକାର ଏହି ପ୍ରକଳ୍ପ ତିଆରି କରିବା ସମୟରେ ବିଭାଗୀୟ ଅଧିକାରୀ ସଠିକ୍ ଅନୁଧ୍ୟାନ ନ କରିବାରୁ ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଛି ବୋଲି ଅଭିଯୋଗ ହୋଇଛି। ସେପଟେ ସହରବାସୀ ଜାଇକା ଓ ସି ଏମ ସି କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ଆଜି ଘଟଣାସ୍ଥଳରେ ସି ଏମ୍ ସି ର ମେୟର ସୁବାଷ ସିଂ ,ଜାଇକା ର କନିଷ୍ଠ ଯନ୍ତ୍ରୀ ଓ ଶ୍ରୀତମ ଦାସ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଏହାର କିଭଳି ସ୍ଥାୟୀ ସମାଧାନ ହୋଇପାରିବ ସେନେଇ ଆଲୋଚନା କରିଥିଲେ।

Spread the love