33

ଧରିଲା ଭିଜିଲାନ୍ସ, ଖୋଲିଲା ସିକ୍ରେଟ୍ କାର୍ ଡୋର, ଥରିଲେ ବିଡିଓ ମ୍ୟାଡମ୍‌!

ସମ୍ବଲପୁର: ପୂର୍ବ ସରକାର ସମୟରେ ପିସି ନେବାର ଅଭ୍ୟାସ ହୋଇଯାଇଛି, ଏତେ ଶ୍ରୀଘ୍ର ଅଭ୍ୟାସ ଛାଡିବ ବା କେମିତି । ହେଲେ ବିଡିଓ ମ୍ୟାଡମ ବୋଧ ହୁଏ ଭୁଲି ଯାଇଛନ୍ତି ଏବେ ସରକାର ପରିବର୍ତ୍ତନ ହୋଇ ସାରିଛି । ଏବେ ଗୋଡେଇ ଗୋଡେଇ ଦୁର୍ନିତି ଖୋର ଅଫିସରମାନଙ୍କୁ ଧରିବ ଭିଜିଲାନ୍ସ । ଆଞ୍‌ଗା ହଁ ଦର୍ଶକବନ୍ଧୁ ଟିକେ ନଜର ପକାନ୍ତୁ ଏ କାର ଡୋର ଭିତରକୁ କିପରି ଲକ୍ଷ ଲକ୍ଷ ଟଙ୍କା ପିସି ଆଦାୟ କରୁଛନ୍ତି ଏହି ବିଡିଓ ମ୍ୟାଡମ । ବାଃ ଭାରି ବୁଦ୍ଧିମାନ୍ ଏ ବିଡିଓ।ଏତେ କମ୍ ବୟସରଙ୍କ ବୟସରେ ଏତିକି କମାଲ୍ ।ଆଉ ଟିକିଏ ସିନିୟର ହୋଇଯାଇଥିଲେ ଆଉ କଣ ମଣିଷ ଖାତିର କରିଥାନ୍ତେ ଏ ମ୍ୟାଡମ । ହେଲେ ଏମିତି ପିସି ଖାଇବାକୁ ଆଉ ସମୟ ଦେଉନାହଁନ୍ତି ଭିଜିଲାନ୍ନ ବାବୁମାନେ । ନୂଆ ସରକାର ବଦଳିବା ପରେ ଶୋଇପଡିଥିବା ଭିଜିଲାନ୍ସ ଏବେ ଚେତିଛି।

ଚେତିଛି କଣ ଜଗିଛି ଦୁର୍ନୀତି ଗ୍ରସ୍ତଙ୍କୁ।ଆଉ ଏମିତି ଜଗୁଛି ଯେ,ଖସିବାକୁ ଚେଷ୍ଟା କରୁଥିବା ଦୁର୍ନିତିଗ୍ରସ୍ତ ଅଫିସରଙ୍କୁ ପଞ୍ଝା ପକାଇ ଘୋଷାଡି ଆଣୁଛି । ଏଇ ଦେଖୁନାହଁନ୍ତି ବିଜ୍ ରାସ୍ତାରେ ରେଡ୍ ହ୍ୟାଣ୍ଡରେ ମ୍ୟାଡମଙ୍କୁ ଧରିଛି ଭିଜିଲାନ୍ସ ।ଏ ହେଉଛନ୍ତି ସଚ୍ଚା ଯାଦୁକର ଗୋଲମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ ।ବିଡିଓ ମ୍ୟାଡମଙ୍କ ଗାଡିର ଗୁପ୍ତ ଲକର ଭିତରୁ ଭିଜିଲାନ୍ସ ୪ ଲକ୍ଷ ୯୨ ହଜାର ଟଙ୍କା ବାହାର କରିଛି । ବିଡିଓଙ୍କ ଅଫିସିଆଲ୍ ବଲେରୋ ଝରକା ପାର୍ଶ୍ୱ ରିଏର୍ ଡୋର୍ ରୁ ମିଳିଥିଲା ଏହି ଟଙ୍କା।ଆଗକୁ ଦେଖିବେ ଏହି ଲକ୍ଷପତି ସଚ୍ଚା ଯାଦୁକର ବିଡିଓଙ୍କ ଅବସ୍ଥା ଆଗକୁ କଣ ହେଉଛି ?

Spread the love