ଜଗତସିଂହପୁର: ଜିଲ୍ଲାରେ ବାଲି ମାଫିଆଙ୍କ ରାଜୁତି ସମସ୍ୟା ଘେରରେ ଗାଁ । କୋଟି ପତି ହେଉଛନ୍ତି ବାଲି ମାଫିଆ ତଳି ତଳାନ୍ତ ହେଉଛନ୍ତି ଗାଁ ଲୋକ। ଦୁର୍ବଳ ହେଉଛି ନଦୀ ବନ୍ଧ ଚିନ୍ତାରେ ଗ୍ରାମବାସୀ ପ୍ରଶାସନର ଉଦାସୀନତା ଯୋଗୁଁ ଚାଲିଛି ବାଲି ମାଫିଆଙ୍କ ରାଜୁତି ଜଗତସିଂହପୁର ଜିଲ୍ଲା ରେ ବର୍ତମାନ ଦେବୀ ନଦୀ ଓ ମହାନଦୀରୁ ଚାଲିଛି ବାଲି ଲୁଟ। ଏହି ଦୁଇଟି ନଦୀ ପଠାରେ ଚାଲିଥିବା ଚାଲିଛି ଅନେକ ଚୋରା ବାଲିଘାଟ, ମନ ଇଚ୍ଛା ମାଫିଆ ବାଲି ବୋହି ନେଉଥିବା ବେଳେ ଏହାର ଟେର ପାଉନାହାନ୍ତି ମାଇନ୍ସ ଅଧିକାରୀ। ସେହିଭଳି ଜଗତସିଂହପୁର କୁମାର ଠାରୁ ଆରମ୍ଭକରି ଗାରେଇ ପର୍ଯ୍ୟନ୍ତ ଦେବୀ ନଦୀ ରେ କେତେକ ବାଲିଘାଟ ସରକାରୀ ଲିଜରେ ଚାଲୁଥିଲେ ମଧ୍ୟ ଏହା କେବଳ ନାମକୁ ମାତ୍ର। ଚୋରାରେ ବାଲିଘାଟଗୁଡ଼ିକ ଦିନରେ ବନ୍ଦ ରହୁଥିବା ବେଳେ ରାତିରେ ବାଲି ଲୁଟୁଛନ୍ତି ମାଫିଆ। ଖାଲି ସେତିକି ନୁହେଁ ସାଧାରଣ ଲୋକଙ୍କୁ ଭୟବିତ କରିବା ପାଇଁ ପ୍ରତୀଛକରେ ସଶସ୍ତ୍ର ଗୁଣ୍ଡା ଯୋଗାଉଥିବା ଅଭିଯୋଗ ହୋଇଛି। ତେବେ ପ୍ରଶାସନ ସହ ବାଲି ମାଫିଆ ସଲା ସୁତୁରା ହୋଇ ଏଭଳି କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ବାଲି ମାଫିଆଙ୍କ ପୋଷା ଗୁଣ୍ଡାକୁ ଡରି ସାଧାରଣ ଜନତା ଭୟବିତ ହୋଇ ମୁହଁ ଖୋଲୁନାହାନ୍ତି ବୋଲି କୁହାଯାଉଛି। ଯଦି କେହି ବାଲି ମାଫିଆଙ୍କ ବିରୋଧରେ ମୁହଁ ଖୋଲନ୍ତି ତେବେ ମୁଣ୍ଡ ଗଡିବ ବୋଲି ଧମକ ମଧ୍ୟ ମିଳୁଛି।
ଏଭଳି ପରିସ୍ଥିତିରେ ଗଳଦାରି ପଞ୍ଚାୟତ ଓ କୋରୁଅ ପଞ୍ଚାୟତ ଲୋକମାନେ ଭୟରେ ରହିଛନ୍ତି। ବାଲି ମାଫିଆ ମାନଙ୍କ ପାଇଁ ନଦୀ ବନ୍ଧ ରେ ସହସହ ବାଲି ବୋଝେଇ ହାଇଵ୍ଵା ଜାଇ ନଦୀବନ୍ଧ ଦୃର୍ବଳ ହେଉଥିବା ବେଳେ, ଗାଁ ଗୁଡିକରେ ଧୂଳିର ଆସ୍ତରଣ ଫନ୍ଦା ଫସଲ ନଷ୍ଟ କରୁଛି। ବନ୍ଧ ଦୁର୍ବଳ ହେଉଥିବା ବେଳେ ନଦୀକୁଳିଆ ଲୋକେ ବର୍ତମାନ ଭୟବିତ ଅବସ୍ତାରେ ଥିବାବେଳେ ପ୍ରସାସନ ନିରବ ଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ବାଲି ମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏବଂ ବର୍ଷାଦିନେ ଅଧିକ ଦାମରେ ବାଲି ବିକିବା ପାଇଁ ଗଳଦାରି ପଞ୍ଚାୟତ ଓ ଶିଖରଘାଟ ପୋଲ ପାଖାପାଖି ବିଭିନ୍ନ ସ୍ଥାନରେ ଚୋରା ବାଲି ଗଚ୍ଛିତ ରଖାଯାଇଛି। ତାହା ଉପରେ ଚଢାଉ କରି ଜବତ କରାଜାଉ ବୋଲି ସାଧାରଣ ରେ ଦାବି ହୋଇଛି। ତେବେ ଦେଖାଯାଉ ଜଗତସିଂହପୁର ମାଇନ୍ସ ଅଧିକାରୀ କେବେ ବାଲି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି