49

କଟକରେ ବେଆଇନ ଭାବରେ ଲଚିଛି ନର୍ସିଂହୋମ୍ ଓ ଘରୋଇ ହସ୍ପିଟାଲ!

କଟକ: କଟକ ସହରର ଗଳିକନ୍ଦିରେ ଛତୁଫୁଟିଲା ଭଳି ବେଆଇନ୍ ନର୍ସିଂହୋମ୍ ଓ ଘରୋଇ ହସ୍ପିଟାଲ ଗୁଡିକ ସ୍ଵାସ୍ଥ୍ୟ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚଞ୍ଚଳତା କରି ଲାଇସେନ୍ସ ହାତେଇ ରୋଗୀମାନଙ୍କ ଠାରୁ ଟଙ୍କା ଲୁଟୁଥିବା ଏବଂ କେତେକଙ୍କ ଫାୟାରସେପ୍ଟି ଲାଇସେନ୍ସ, ପାର୍କିଂ ର ବ୍ୟବହାର କିମ୍ବା ଗରିବ ରୋଗୀଙ୍କ ଚିକିତ୍ସା ନିମନ୍ତେ କୌଣସି ସୁବିଧା ନଥିବା ଘଟଣା ଏବଂ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ନଜାଉଣୁ ଆଉ ଏକ ସାଙ୍ଘାତିକ, ସମ୍ବେଦନା ଶିଳ, ଅଭାବନିୟ ଉପରେ ଅଭିଯୋଗ ଆଣି କଟକ ଜିଲ୍ଲାପାଳ ତଥା

 

ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ଵାରାସ୍ଥ ହୋଇଛନ୍ତି ଆମ୍ବେଦକର ସ୍ମୃତି ପରିଷଦର ପ୍ରତିନିଧିଙ୍କ ସହିତ ସାମାଜିକ କର୍ମୀ ଶୁକାନ୍ତ ସେଠି କଟକ ତୁଳସୀପୁର ସ୍ଥିତ ସନ ହସ୍ପିଟାଲ ଓ ଏ,ସି,ବି ମେଡିକାଲ ଫାଟକ ସମ୍ମୁଖରେ ରାଣୀହାଟରେ ଥିବା ସନ୍ ଡାଇଗ୍ନୋଷ୍ଟିକ ସେଣ୍ଟରର କର୍ମଚାରୀ ମାରଣ ନିତୀ ଏ ଏପରିକି ସେଠାରେ ଦିନ ରାତି ମୁଣ୍ଡ ଝାଳ ତୁଣ୍ଡରେ ମାରି କାମ କରୁଥିବା ନର୍ସ ଠୁ ଆରମ୍ଭ କରି ସଫେଇ କର୍ମଚାରିଙ୍କ ଦରମା ନ ଦେଇ ହଇରାଣ କରନ୍ତି ଓ ମାନସିକ ନିର୍ଯାତନା ଦେଇଥାନ୍ତି ଅଧିକ ବକେୟା ଟଙ୍କା ଦେବାର ଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ ବିନାକାରଣରେ ସେମାନଙ୍କୁ ଚାକିରୀରୁବାହାର କରିଦଉଥିବା ନେଇ ଗୁରୁତ ଅଭିଯୋଗ ଆସିଛି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ହସ୍ପିଟାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସମାଜ ସେବୀ ଶୁକାନ ସେଠି ଅଭିଯୋଗ ପତ୍ର ଦାଖଲ କରିଛନ୍ତି।

Spread the love