128

ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଗଭର୍ଣିଙ୍ଗବଡିରବିଦାୟକାଳିନ ବୈଠକ ଅନୁଷ୍ଠିତ!

ଜଗତସିଂହପୁର: ଜଗତସିଂହପୁର ମହକୁମାର ଥିବା ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଥିବା ଗଭର୍ଣିଙ୍ଗବଡି ର ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ନବନିର୍ବାଚିତ ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ମହାବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ବୁଲି ଦେଖିଥିଲେ ମହାବିଦ୍ୟାଳୟ ପରିସରରେ ମାଟିଏ ପାଇଁ ଗଛଟିଏ ଆଧାର ରେ ବୃର୍ଖ୍ୟରୋପଣ କିର୍ଯ୍ୟକ୍ରମ କରାଯାଇଥିଲା ।ପରେ ମହାବିଦ୍ୟାଳୟ ରେ ଦିର୍ଘ ୩ ବର୍ଷଧରି ଚାଲିଆସୁଥିବା ଗଭର୍ଣିଙ୍ଗବଡି ର ଆଜି ସମୟର ସମାପ୍ତି ହୋଇଥିବା ହେତୁ। ଆଜି ବିଦାୟକାଳୀନ ଗଭର୍ଣିଙ୍ଗବଡି ସମ୍ବର୍ଧନା ଉସ୍ଛବ ପାଳିତ ହୋଇଯାଇଛି।

 

ଏବଂ ନୁତନ ଗଭର୍ଣିଙ୍ଗବଡି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଭର୍ଣିଙ୍ଗବଡି ର ସଭାପତି ଙ୍କ ନିର୍ଦ୍ଦେଶନାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଠି ପ୍ରଶ୍ନ ଉଠେ ବିଗତ ପାଞ୍ଚ ବର୍ଷଧରି ଏହି କଲେଜ ଦିନେ ପୁର୍ବତନ କଲେଜ ଅଧ୍ୟକ୍ଷ କିଛି ବିଜେଡି ଚାଟୁକାର ଓ ନେତାଙ୍କ ଇଙ୍ଗିତରେ ପରିଚାଳିତ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିଲା । ବର୍ତମାନ ସରକାର ବଦଳିବା ପରେ ବର୍ତମାନ ର ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ। କଲେଜ କୁ ଏକ ନମ୍ବର ଓ ଉନ୍ନତି ପାଇଁ ଲାଗିପଡିଛନ୍ତି।ଏ ସେହି ଅମରେନ୍ଦ୍ର ଦାସ ଯିଏ ଛାତ୍ରଜିବନରୁ ପ୍ରତ୍ୟେକ ସମୟରେ କଲେଜ ପାଇଁ ସମୟ ଦେଇ ଆସୁଥିବାବେଳେ। କିଛି ବିଜେଡି ଚାଟୁକାର ପ୍ରତ୍ୟେକ ସମୟରେ ଅମରେନ୍ଦ୍ର ଦାସ ଙ୍କୁ ବଦନାମ କରିଥିଲେ। ହେଲେ ଆଜି ସେହି କଲେଜ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛନ୍ତି।ହେଲେ ଚାଟୁକାର ଙ୍କୁ ଦେଖିବାକୁ ମିଳୁନାହିଁ।ଜାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ବିଜେପି ର କର୍ମକର୍ତ୍ତା ମାନେ। ଯୋଗଦେଇଥିବା ବେଳେ। ଅନ୍ଧ ଭକ୍ତ ମାନେ କୁଆଡ଼େ ଗଲେ । ବୋଲି ସାଧାରଣ ରେ ପ୍ରଶ୍ନବାଚୀ ଛିଡ଼ା କରିଛି।

Spread the love