157

୨୫ତମ କାରଗିଲ ବିଜୟ ଦିବସ ଉପଲକ୍ଷେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ।!

ଜଗତସିଂହପୁର: ଭାରତର ଶ୍ରେଷ୍ଠ ବିଜୟ ହେଉଛି କାରଗିଲ ବିଜୟ l ଏହାକୁ ମନେ ରଖିବା ପାଇଁ ସମଗ୍ର ଭାରତ ବର୍ଷ ତଥା ଓଡିଶା ର ପ୍ରତ୍ୟକ ଜିଲାରେ ପାଳନ କରାଯାଉଛି ବିଜୟ ଦିବସ l ଏହି ଅବସରରେ ଜଗତସିଂହପୁର ଜିଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଗଣତନ୍ତ୍ର ଛକ ନିକଟରେ ପହଁଛି ଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ କାର୍ଗିଲ ଯୁଦ୍ଧର ବିଜୟ ଉତ୍ସବ ଶୋଭା ଯାତ୍ରାରେ ଯୋଗଦେଇଥିଲେ।

 

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଓ ଜଗତସିଂହପୁର ବିଜେପି ସଭାନେତ୍ରୀ କ୍ରିଷ୍ଣା ମହାନ୍ତି ଓ,ବାଲିକୁଦା ଏରସମା ଯୁବନେତା ସତ୍ୟ ସାରଥୀ ମହାନ୍ତି,ତିର୍ତ୍ତୋଲ ବିଜେପି ନେତା ରାଜକିଶୋର ବେହେରା,ଜିଲା ବିଜେପି ପର୍ଯ୍ୟବେକ୍ଷକ ତେଜେଶ୍ୱର ପରିଡା,ଜିଲା ବିଜେପି ଯୁବମୋର୍ଚାର ସଭାପତି ପ୍ରବୋଧ ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଗିଲ ଯୁଦ୍ଧରେ ବିଜୟ ପାଇଁ ସହିଦ ଙ୍କ ବଳିଦାନ ସମ୍ପର୍କ ରେ ଆଲୋକ ପାତ କରିବା ସହିତ କାର୍ଗିଲ ବିଜୟ ଯୁଧ୍ୟର ସୈନିକ ମାନେ ନିଜ ଜୀବନକୁ କିପରି ବାଜି ଲଗାଇ ପାକିସ୍ତାନ ଠାରୁ ଭାରତକୁ ଯେଉଁ ବିଜୟହାସଲଦେଇଥିଲେ ତାହା ଅବିସ୍ମରଣୀୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏବଂ ଏହି ବିଜୟମସାଲ ସୋଭାଜାତ୍ରା ରେ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଜୁବ ବିଜେପି କର୍ମକର୍ତ୍ତା ମାନେ ଜୋଗ ଦେଇଥିଲେ

Spread the love