ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ ବର୍ତମାନ ଚୋରା ମଦ ମାଫିଆ ଙ୍କ ଆତଙ୍କ ରେ ଥରହର। ପାରାଦୀପ ଅଞ୍ଚଳରେ ବିଭିନ୍ନ କଳକାରଖାନା ଗଢ଼ିଉଠିଥିବା ବେଳେ ବିଭିନ୍ନ ରାଜ୍ୟରୁ ଦେବର ଆସି କାମକରୁଥିବା ସମୟରେ ନିଶା ଖାଇ ପ୍ରତିଦିନ ଦୃଘଟଣା ବଢ଼ିଚାଲିଛି । କେତେକ ନିରିହ ଜୀବନ ଚାଲିଯାଉଛି। ଅନ୍ୟପଟେ ରାଜ୍ୟସରକାରଙ୍କ ପକ୍ଷରୁ ମଦ ବନ୍ଦ ପାଇଁ ବିଭିନ୍ନ ସମୟରେ ଚାରିଆଡ଼େ ଲୋକଙ୍କ ଅଭିଯୋଗ ହୋଇ ଆସୁଥିବା ଓ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବାପରେ ମଧ୍ୟ ଲୋକମାନେ ସଚେତନ ନୁହନ୍ତି। ଜାହାକୁ ନେଇ ପୋଲିସ ଓ ଅବକାରୀ ବିଭାଗର ନଜର ପଡିଗଲାଣି।
ତେଣୁ ଚୋରାମଦ ବ୍ୟବସାୟୀ ମାନଙ୍କୁ ସାବାଡ କରିବାପାଇଁ ପାରାଦୀପ ର ବିଭିନ୍ନ ଗଳିକନ୍ଦିରେ ଧଡପକଡ ଚାଲିଥିବା ବେଳେ। ଗତକାଲି ପାରାଦୀପ ଅବକାରୀ ବିଭାଗ ବିସେସ ସୁତ୍ରରୁ ଖବର ପାଇଁ । ଘଟଣା ସ୍ଥଳରେ ଇନ୍ସପେକ୍ଟର ପ୍ରଭାସ ଚନ୍ଦ୍ର ଚୌଧୁରୀ ନେତୃତ୍ବରେ ଏ ଏସ ଆଇ ଚିତ୍ତରଞ୍ଜନ ଦାସ ଙ୍କ ସହଯୋଗ ରେ ଏ ଏସ ଆଇ ହିମାଂଶୁ କୁମାର ନାଏକ। କନେଷ୍ଟବଳ ନବଘନ ମାରାଣ୍ଡିଙ୍କ ସହିତ ଲଖ୍ମିନାରାୟଣ ମଲ୍ଲିକ ଓ କଲ୍ୟାଣି ସେଠି ପାରାଦୀପ ଗଡ଼ ରେ ପ୍ରଭାତ ମହାରାଜ ଙ୍କ ଘର ଉପରେ ଅତର୍କିତ ଚଢ଼ାଉ କରି ୪୦ ଲିଟର ଆସ୍ଥା ଜବତ କରିବା ସହିତ ଅନ୍ୟ ପଖ୍ୟରେ ରମା ବେହେରାଙ୍କ ନିକଟରୁ ଚଢ଼ାଉ କରି ୪୦ ଲିଟର ଆସ୍କା ମଦ ଜବତ କରି। ପାରାଦୀପ ଅଞ୍ଚଳରେ ବର୍ତମାନଚୋରା ମଦ ବ୍ୟବସାୟୀ ଭିତରେ ଏକ ଭୟବିତ ସୃଷ୍ଟି କରିଛନ୍ତି। କରାଯାଇଥିବା ଅଭିଯୁକ୍ତ ଙ୍କୁ ପାରାଦୀପ ଅବକାରୀ ବିଭାଗ କୋଟ ଚାଲାଣ କରି ନିଜର ଏକ ମାଇଲଖୁଣ୍ଟ ଛିଡ଼ା କରିଛି