35

ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ତ୍ରୀ କାର୍ଯ୍ୟ କରୁଥିବା ସ୍କୁଲ କୁ ମନ୍ତ୍ରୀ ଙ୍କ ଅଚାନକ ଗସ୍ତ!

ଉମେରକୋଟ: ଗଣଶିକ୍ଷା ମନ୍ତ୍ରୀ ଙ୍କ କାର୍ଯ୍ୟ ପାଇଁ ସମଗ୍ର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ହୋଇ ଯାଇଛି। ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଚାନକ ଉମରକୋଟ ସହର ରେ ଥିବା ଡଙ୍ଗରି ଗୁଡା ୟୁ.ଭି ରେ ଥିବା ପ୍ରାଥମିକ ସ୍କୁଲ କୁ ଅଚାନକ ପରିଦର୍ଶନ କରିଥିଲେ। ଯେଉଁ ସ୍କୁଲ ରେ ମନ୍ତ୍ରୀ ଙ୍କ ସ୍ତ୍ରୀ ଚଇତି ଗଣ୍ଡ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି। ମନ୍ତ୍ରୀ ଙ୍କୁ ଦେଖି ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ଓ ପିଲା ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏପରି ମନ୍ତ୍ରୀ ଙ୍କୁ ଦେଖି ସ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ମନ୍ତ୍ରୀ ସିଧା ଯାଇ ପିଲା ଙ୍କୁ ପାଠ ଭଲ ପଢା ଭଲ ହେଉଛି କି ନହିଁ ମଧ୍ୟାହ୍ନ ଭୋଜନ ଠିକ ଭାବେ ଦିଆ ଯାଉଛି କି ନାହିଁ ବୋଲି ପଚାରିବା ସହ ପିଲା ଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରି ଥିଲେ।

 

ଦଣ୍ଡ କାରଣ୍ୟ ଅମଳରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲ୍ ର ରୁଗଣ ଅବସ୍ଥା ଦେଖି ମନ୍ତ୍ରୀ ଚିନ୍ତା ପ୍ରକଟ କରି ଥିଲେ। ଏପରି କି ସ୍କୁଲ୍ ରୁମ ରେ ପାଣି ଗଳୁଥିବା ମଧ୍ୟ ପିଲା ମାନେ ମନ୍ତ୍ରୀ ଙ୍କ ନିକଟ ରେ ଅଭିଯୋଗ କରିଥିଲେ। ସ୍କୁଲ ର ପଟ୍ଟା ଅଛି କି ନାହିଁ ବୋଲି ପଚାରି ବୁଝିବା ସହ ସ୍କୁଲ ରେ କେତେ ଜାଗା ଅଛି ବୁଲି ଦେଖି ଥିଲେ। ତୁରନ୍ତ ଏଠାରେ ନୂତନ ଶ୍ରେଣୀ ଗୃହ ଗୁଡ଼ିକ ନିର୍ମାଣ କରା ଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିର୍ଭର ପ୍ରତିଶୃତି ଦେଇ ଥିଲେ।। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପଦ୍ମ ଶ୍ରୀ କମଳା ପୂଜାରୀ ଙ୍କ ଶ୍ରାଦ୍ଧ ଉତ୍ସବ ରେ ଯୋଗ ଦେବାକୁ ଜୟପୁର ଯାଉ ଥିବା ବେଳେ ଅଚାନକ ଏହି ସ୍କୁଲ କୁ ଗସ୍ତ କରିଥିଲେ।

Spread the love