41

ଗାଁରେ ବୁଲୁଛନ୍ତି ହାତୀ ପଲ ସମସ୍ୟାର ସମାଧାନ ଫଳ ଶୂନ୍!

ସମ୍ବଲପୁର: ହାତୀ ପାଇଁ ଜୀବନ ବିକଳ।ଗାଁ ଦାଣ୍ଡରେ ବୁଲୁଛି ହାତୀ ।ଉଜୁଡୁଛି ବେଉସା।ନଷ୍ଟ ହେଉଛି ଧନ ଜୀବନ।ହାତୀର ପାଦ ପଡିଲେ ଶହ ଶହ ଏକର ଚାଷ ଜମି ନଷ୍ଟ ହେଉଛି।ବାଡିରେ ପଶିଲେ ଖାଇଯାଉଛନ୍ତି ଅମଳ ହେବାକୁ ଥିବା ପନିପରିବା।ଭାଙ୍ଗୁଛନ୍ତି ଘର। ଏଭଳି ସମସ୍ୟା ପଡିଆବାହାଲ ରେଞ୍ଚ୍ ରେ ଲାଗି ରହିଛି କାହିଁ କେତେ କାଳୁ।ହାତୀ ଘଉଡାଇବାକୁ ନୟାନ୍ତ ହେଉଛନ୍ତି ବନ ବିଭାଗ କର୍ମଚାରୀ ସହ ୬୦ ହାତୀ ସାଥି।ହଜୁଛି ନିଦ।ରାତି ଅନିଦ୍ରା ହୋଇ ଛଟପଟ ହେଉଛନ୍ତି କର୍ମଚାରୀ। ସବୁଦିନ ପରି ଶୁକ୍ରବାର ରାତିରେ ମଧ୍ୟ ଛାଟିପିଟି ହୋଇଛନ୍ତି ବନ କର୍ମଚାରୀ।ଗ୍ରାମବାସୀଙ୍କ ହଜି ଯାଇଛି ନିଦ।ପଡିଆବାହାଲ ରେଞ୍ଚ୍ ର ଡଙ୍ଗରପଡା ଅଞ୍ଚଳରେ ‍୧୮ ହାତି ପଳ ନାକେଦମ୍ କରିଛନ୍ତି।ଏହି ହାତୀ ପଳକୁ ମିଶାଇ ବର୍ତ୍ତମାନକୁ ପଡିଆବାହାଲ,ବଡସାହିର ଫରେଷ୍ଟ୍ ଅଞ୍ଚଳରେ ରହିଛନ୍ତି ୩୭ ହାତୀ। ସେମାନଙ୍କ ମଧ୍ୟରୁ ୨ ଗୋଠ ଛଡା ଦନ୍ତା ଏଠି ସେଠି ଗାଁରେ ପଶି ଘର ଭାଙ୍ଘି ଖାଉଛନ୍ତି ଧାନ ଚାଉଳ।ଭୟରେ ଏବେ ଗ୍ରାମ ବାସୀ ।ଏହାର କିଛି ସ୍ଥାୟୀ ପ୍ରତିକାର ପାଇଁ ବନ ବିଭାଗ ଅଧିକାରୀଙ୍କୁ ଯେତେ ହାରି ଗୁହାରି କଲେବି ଫଳ ଶୁନ୍। ହାତୀ ଘଉଡାବା ନାମରେ ସରୁଛି ସିନା କୋଟି କୋଟି ଟଙ୍କା ।କିନ୍ତୁ ଗାଁ ଦାଣ୍ଡରେ ହାତୀ ମାତିବା ବନ୍ଦ ହେଉନି। ଧାନ ରୁଆ ବେଉସା ସମୟରେ ହାତୀ ପଳର ବିତ୍ପାତରେ ଚାଷୀ କୂଳ ପାରୁ ନାହାଁନ୍ତି ଥୟ ଧରି।ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଚାରିଆଡୁ ପଡୁଛି ଚାପ।ହେଲେ ଅସହାୟ ବନ ଅଧିକାରୀ ନିରୂପାୟ କହି ଏଡାଇ ଦେଇ ଚାଲିଛନ୍ତି ଜନ ଅଭିଯୋଗ।ଫଳରେ ହାତୀ ବିତ୍ପାତରେ ପଡିଆବାହାଲ ଫରେଷ୍ଟ୍ ରେଞ୍ଚ୍ ଅଞ୍ଚଳରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା।ବୁଡୁଛି ବେଉସା। ଉଚ୍ଚସ୍ତରୀୟ ଜ୍ଞାନ କୌଶଳ ପ୍ରୟୋଗ କରି ହାତୀ ବିତ୍ପାତକୁ ରୋକିବା ପାଇଁ ସାରା ଇଲାକାରେ ଗୋଟିଏ ସ୍ୱର ଉଠୁଥିବା ବେଳେ ଏଦିଗରେ ବନ ବିଭାଗ କି ପଦକ୍ଷେପ ନେଉଛନ୍ତି ଆଗକୁ, ଦେଖିବାକୁ ଏବେ ରହିଛି ଲୋକଙ୍କ ପ୍ରତୀକ୍ଷା।

Spread the love