35

ବଲିଉଡ୍ ହିରୋ ହେବେ ବ୍ରହ୍ମପୁର ପୁଅ ଶ୍ରୀହରି ଓଡ଼ିଶାରେ ହେବ ପୁରା ଗୀତର ସୁଟିଂ!

ମୁମ୍ବାଇ: ପୁଣି ଜଣେ ଓଡ଼ିଆଙ୍କ କମାଲ। ବଳିଉଡ଼ ରେ କାମ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମହାନାଦପୁର ପଞ୍ଚାୟତ ଖୁରୀଗାଁର ପୁଅ ଶ୍ରୀହରି ବେହେରା। ବୃନ୍ଦାବନ ବେହେରା ଓ ଶାନ୍ତି ବେହେରାଙ୍କ ପୁଅ ଶ୍ରୀହରି ପିଲାବେଳୁ ଅଭିନୟ ପ୍ରତି ରୁଚି ରଖିଥିଲେ। ବିଭିନ୍ନ ମାଧ୍ୟମରେ ନିଜର କଳା ପ୍ରଦର୍ଶନ କରିବା ସହ ଆଜି ବଲିଉଡ୍ ରେ ନିଜ କମାଲ ଦେଖାଇଛନ୍ତି। ଶ୍ରୀହରି ଏକ ହିନ୍ଦୀ ମ୍ୟୁଜିକ୍ ଭିଡ଼ିଓରେ ହିରୋ ଭାବରେ ଅଭିନୟ କରିବାର ସୁଯୋଗ ପାଇଛି। “ରାତ ନାସିଲି ହେ” ଗୀତର ଟାଇଟଲ ରହିଥିବା ବେଳେ ଏହାର ସୁଟିଂ ହରିଆଣା ଓ ଦେଶର ଅନ୍ୟ କେତେକ ସ୍ଥାନରେ ହେବା ପାଇଁ ସ୍ଥିର ହୋଇଥିବା ବେଳେ ବଲିଉଡ୍ ରେ ଓଡ଼ିଆ ମହକ ଆଣିବା ପାଇଁ ଶ୍ରୀହରି ପ୍ରଯୋଜକଙ୍କୁ ଅନୁରୋଧ କରିଛନ୍ତି ଏହି ଗୀତ ର ସୁଟିଂ ଓଡିଶା ରେ କରିବା ପାଇଁ। ଶ୍ରୀହରି ଙ୍କ କଥା ରଖି ପ୍ରଯୋଜକ ରାଜେଶ ଗୁପ୍ତା ଓଡିଶା ରେ ସୁଟିଂ କରିବା ପାଇଁ ଅନୁମତି ଦେଇଥିବାର ଜଣା ପଡ଼ିଛି।

 

ଏହି ଗୀତ ର ସୁଟିଂ ଅଗଷ୍ଟ ମାସ ୨୫ ତାରିଖ ରେ ହବାକୁଯାଉଛି ଏହି ଗୀତରେ ମନୀଷ ଶର୍ମା ଓ ଜ୍ୟୋତି ତିୱାରୀ , କଣ୍ଠଦାନ କରିଥିବା ବେଳେ ଏହି ଗୀତ କୁ ନିର୍ଦ୍ଦେଶନା ଦେଇଛନ୍ତି ଦେବେ ଆର.କେ ଓରଫ ରବି କୁମାର । ଏହି ଗୀତ ରେ ଜଣେ ଓଡ଼ିଆ ଅଭିନେତ୍ରୀଙ୍କୁ ସୁଯୋଗ ଦେବାକୁ ଶ୍ରୀହରି ପ୍ରଡୁସରଙ୍କୁ ଅନୁରୋଧ କରିଥିବା ଜଣା ପଡ଼ିଛି। କିନ୍ତୁ ଓଡିଶା ର କୋଉ ହିରୋଇନ ଏହି ଗୀତ ରେ ଅଭିନୟ କରିବେ ଜଣାପଡି ନାହିଁ। ତେବେ ଓଡ଼ିଶା ପୁଅ ବଲିଉଡରେ ଅଭିନୟ କରିବା କେବଳ ତାଙ୍କ ପରିବାର ନୁହେଁ ସାରା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛି କହିଲେ ଅତ୍ୟୁକ୍ତି ହେବନି।

Spread the love