କଟକ: କଟକ ଜିଲ୍ଲା କିଶନନଗର ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନିଶ୍ଚିନ୍ତ କଲେ ବ୍ଲକ ବିଜେଡି ଉପସଭାପତି ତଥା ମାଣପୁର ପଂଚାୟତ ସଭାପତି ରୁସ୍ତମ ମହମ୍ମଦ ଅଭିଯୋଗ କରିଛନ୍ତି, ରବିବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ସେ ଅଭିଯୋଗ କରିଛନ୍ତି ଯେ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଗାଡି ସାଇଡ ମାରିବା ଭଳି ଘଟଣା ଅଭିଯୋଗ ଆଧାର ରେ କିଶନନଗର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏହା ଏକ ଉଦେଶ୍ୟ ମୂଳକ ଆକ୍ରମଣ ବୋଲି ଚର୍ଚା ହେଉଛି ତାଙ୍କୁ ବିଶ୍ଵାଳପଡ଼ା ଛକରୁ ଗଡ଼ମା ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ରେ ଏହା ରେକଡ଼ ହୋଇଛି ମାତ୍ର ପୋଲିସ ଅଭିଯୋଗର ସତ୍ୟତା ଜାଣିବା ପାଇଁ ସିସିଟିଭି ଯାଞ୍ଚ ନ କରିବା ନେଇ ସେ ପ୍ରଶ୍ନ ଉଠାଆଇଛନ୍ତି ସେହିପରି ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା ବ୍ୟକ୍ତି ଦଳିତ ହୋଇନଥିଲେ ମଧ୍ୟ ପୋଲିସ ହରିଜନ ଆଦିବାସୀ ସୁରକ୍ଷା ଆଇନ ଦଫା ଲଗାଇବାରୁ ତାଙ୍କୁ ଜାମିନ ମିଳିବାରେ ବିଳମ୍ବ ହୋଇଥିଲା ତାଙ୍କ ବନ୍ଧୁକ ଓ ଖଣ୍ଡାରେ ଆକ୍ରମଣ ଉଦ୍ୟମ ନେଇ ସେ ଏତଲାରେ ଦର୍ଶାଇଥିଲେ ବି ପୋଲିସ ଏହାକୁ ରଡ଼ ବୋଲି ଉଲେଖ କରିଥିଲା ବୋଲି ରୁସ୍ତମ ମହମ୍ମଦ ସାମ୍ବାଦିକ ସମିଳନୀ ରେ ଅଭିଯୋଗ କରିଥିଲେ ଏହି ଘଟଣା ନିରପେକ୍ଷ ତଦନ୍ତ କରି ସତ୍ୟା ସତ୍ୟ ଉନ୍ମୋଚନ ସହ ତାଙ୍କ ବିରୁଦ୍ଧରେ ଉଦେଶ୍ୟମୂଳକ ଭାବେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପୋଲିସ କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବିକରିଛନ୍ତି ଏସମ୍ପର୍କରେ କିଶନନଗର ଥାନା ଆଇ ଆଇସି ରଶ୍ମି ରଞ୍ଜନ ଦାସ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଦୁଇପକ୍ଷ ଅଭିଯୋଗ ଆଧାର ରେ ଦୁଇଟି ମାମଲା ରୁଜୁ କରାଯାଇଛି ଏଥି ସହ ଉଭୟ ପକ୍ଷର ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ସାଲେପୁର ଏସ.ଡ଼ି.ପି.ଓ ନିହାର ରଞ୍ଜନ ପ୍ରଧାନ ମାମଲା ର ତଦନ୍ତ କରୁଛନ୍ତି ବୋଲି ସେ କହିଛନ୍ତି…..
144