ପାରାଦୀପ: ମହିଳାଙ୍କୁ ଅଶିଳ ବ୍ୟବହାର ପ୍ରତିବାଦ କରିବାରୁ ପାଟିରେ ବନ୍ଧୁକ ପୁରାଇ ବିଶ୍ଵମ୍ବର ଙ୍କୁ ନିସ୍ତୁକ ମାଡ଼ ମାରିଲେ ଦୃର୍ବୁତ୍ତ, ଅଭିଯୋଗ ନେଇ ଥାନାକୁ ଗଲେ ୬ଘଣ୍ଟା ବସାଉଛି ପାରାଦୀପ ଲକ୍ ଥାନା ପୋଲିସ୍ ଦଶାହ କାର୍ଯ୍ୟକ୍ରମ ରେ ବାହାରୁ ଆସିଥିବା ଗୁଣ୍ଡା କୁ ଗ୍ରାମ ବାସି କାବୁ କରି ଥାନା ରେ ଜୀମା ଦେଲା ବେଳେ, ୬ ଘଣ୍ଟା ରଖି ଛାଡ଼ି ଦେଉଛି ପାରାଦୀପ ଲକ୍ ଥାନା, ଅଭିଯୋଗ କାରି ଲେଖିଥିବା ଅଭିଯୋଗକୁ ବଦଳାଇବା ପାଇଁ ଧମକ ଦେଉଛି ପାରାଦୀପ ଲକ୍ ଥାନା ପୋଲିସ୍, ପୋଲିସ୍ ଉଭୟ ପକ୍ଷଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ।ଉଭୟଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି ପାରାଦ୍ଵୀପ ଲକ୍ ଥାନା ପୋଲିସ।ଏପରି ଘଟଣା ଦେଖିବାକୁ ମିଳିଛି ପାରାଦ୍ଵୀପ ଲକ୍ ଥାନା ଅଧୀନ ବଗଦିଆ ପଞ୍ଚାୟତ ଝିମାଣୀ ଗ୍ରାମରେ।ତେବେ ଝିମାଣୀ ଗ୍ରାମର ଦିବାକର ଲେଙ୍କାଙ୍କ ପୁଅ ଦ୍ଵିପକ ଲେଙ୍କା ମୃତୁ ବରଣ କରିଥିବା ବେଳେ ଦାଦା ପୁଅ ବିଶ୍ୱେମ୍ବର ଲେଙ୍କା ଓ ତାଙ୍କ ପରିବାର ଲୋକେ ଏହି ଦଶାହ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ବେଳେ ବିଶ୍ୱେମ୍ୱର୍ ଲେଙ୍କାଙ୍କ ଝିଅଙ୍କୁ ଦିବାକର ଲେଙ୍କାଙ୍କ ପୁଅ ସରୋଜ ଲେଙ୍କା ଅଶାଳୀନ ବ୍ୟବହାର କରିଥିଲେ। ମାତ୍ର ଝିଅକୁ ଅଶାଳୀନ ବ୍ୟବହାର କରିଥିବା ନେଇ ବିଶ୍ୱେମ୍ବର ପଚାରିବାରୁ ଘଟଣା ସ୍ଥଳରେ ସରୋଜ ଓ ବାହାରୁ ଆସିଥିବା ଚାରିଜଣ ବ୍ୟକ୍ତି ଉତ୍ୟକ୍ତ ହୋଇ ବିଶ୍ୱେମ୍ବରଙ୍କ ପାଟିରେ ବନ୍ଧୁକ ପୁରାଇ ନିସ୍ତୁକ ମାଡ଼ ମାରି ଅଚେତ ଅବସ୍ଥାରେ ପକାଇ ଦେଇଥିଲେ।ବିଶ୍ୱେମ୍ବର ଅଚେତ ହୋଇଯାଇଥିବା ଦେଖି ପରିବାର ପକ୍ଷରୁ ତାଙ୍କୁ ପ୍ରଥମେ କୁଜଙ୍ଗ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିବା ବେଳେ ସେଠାରେ ତାଙ୍କର ଦେହ ଗୁରୁତ୍ଵର ହେବାରୁ ତାଙ୍କୁ ଡ଼ାକ୍ତର କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।ଏନେଇ ବିଶ୍ୱେମ୍ବର ଲେଙ୍କାଙ୍କ ପତ୍ନୀ ଅର୍ଚ୍ଚନା ଲେଙ୍କା ସ୍ଥାନୀୟ ପାରାଦ୍ଵୀପ ଲକ୍ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ବେଳେ ଆସାମୀ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।
ଅନ୍ୟପଟେ ସରୋଜ ଲେଙ୍କାଙ୍କ ସହ ବାହାରୁ ଆସିଥିବା ୪ ଜଣ ବ୍ୟକ୍ତି ବିଶ୍ୱେମ୍ବରକୁ ମାଡ ମାରି ଖସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଫତେପୁର ପଞ୍ଚାୟତ ପ୍ରତାପ ପୁର ଗ୍ରାମର ବାସୁଦେବ ଜେନାଙ୍କ ପୁଅ ପ୍ରକାଶ ଜେନାକୁ କାବୁ କରି ପାରାଦ୍ଵୀପ ଲକ୍ ପୋଲିସକୁ ଜିମା ଦେଇଥିବା ବେଳେ ପୋଲିସ ପ୍ରକାଶକୁ ଖସାଇ ଦେଇଥିବା ଗଣମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି ପଡ଼ୋଶୀ କରୁଣାକର ଲେଙ୍କା। ଏଠି ପ୍ରଶ୍ନ ଉଠେ
ଅଭିଯୋଗ କାରୀଙ୍କୁ ସମ୍ମାନ ସହ ଅଭିଯୋଗ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ବିଧିବଦ ଭାବେ ଘୋଷଣା କରିଥିବା ବେଳେ ସମସ୍ତ ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ କରୁଛି ପାରାଦୀପ ଲକ୍ ଥାନା ପୋଲିସ୍
ଖାଲି ଦେଖିବାକୁ ବାକି ରହିଲା ଏପରି ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ କେବେ ଗିରଫ କରୁଛି ପାରାଦ୍ଵୀପ ପୋଲିସ ଓ କେବେ ବିଶ୍ୱେମ୍ବରକୁ ନ୍ୟାୟ ଦେବେ ତାହା ଉପରେ ରହିଛି ସମସ୍ତଙ୍କ ନଜର।