161

ମୋହନ ମାଝିଙ୍କ ଛାଟ ପଡ଼ିଲା ପରେ ସାରା ଜିଲ୍ଲା ରେ ଭରା ଦୃର୍ନୀତି ର ଚେର ଖୋଜୁଛି ଜିଲ୍ଲା ପ୍ରସାସନ!

ଜଗତସିଂହପୁର: ହଁ ଆଗ୍ୟା ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର । ବିଗତ୨୫ ବର୍ଷରେ ବିଜେଡି ସାସନ କାଳ ଭିତରେ ବାଲିକୁଦା ବ୍ଲକ୍ ଦୁର୍ନୀତି ର ଚରମ ସିମା ଲଙ୍ଘିଥିବା ଘଟଣା ଗଣମାଧ୍ୟମରେ ବାଜିବା ପରେ ବାଲିକୁଦା ବ୍ଲକ୍ ପ୍ରସାସନ ର ବିଜେଡି ପଲଙ୍କରେ ସୋଇଥିବା ବେଳେ ନିଦ ଭାଙ୍ଗିଲା।ଯାହାକି ବିଗତ ବର୍ଷମାନଙ୍କରେ ବାଲିକୁଦା ବ୍ଲକରେ ଜାଲିଆତି ଭତ୍ତା କରି ସରକାରୀ ଅର୍ଥ ଲୁଟୁଥିବା ବିଷୟରେ ଜଗତସିଂହପୁର ଦଳିତ ବିକାଶ ପରିଷଦର ସଭାପତି ମିଡ଼ିଆ ଆଗରେ ମୁହଁ ଖୋଲିବା ସହିତ ମୁଖ୍ୟମନ୍ତ୍ରୀ ଓ ଜିଲାପାଳ ଙ୍କୁ ଅଭିଯୋଗ କରିଥିଲେ। ପରେ କର୍ତ୍ତବ୍ୟ ନିଉଜରେ ପ୍ରସାରଣ କରାଯିବା ପରେ ସରକାରୀ ବାବୁମାନଙ୍କ ନିଦ ଭାଙ୍ଗିଥିଲା ।

ଜାହାକୁ ନେଇ ବାଲିକୁଦା ବ୍ଲକ୍ ପ୍ରସାସନ ଏକ ପାଞ୍ଚ ଜଣିଆ ଟିମ୍ କରି ଭତ୍ତା ଦୃର୍ନୀତି ର ଚେର ଖୋଜିବାରେ ଲାଗିଥିବା ବେଳେ ଅନେକ ଭତ୍ତା ଦିବ୍ୟାଙ୍ଗ ଭତ୍ତା ସାମ୍ନା କୁ ଆସିବା ପରେ ଜଗତସିଂହପୁର ସାରା ଜିଲ୍ଲାରେ ପ୍ରତ୍ୟକ ପଞ୍ଚାୟତ କୁ ତଦନ୍ତ ପାଇଁ ନିର୍ଦେଶ ପରେ ବର୍ତମାନ ଏହି ପତ୍ତା ଦୃର୍ନୀତି ଭାଇରସ ପରି ବିଛେଇଛି ।ଦୀର୍ଘ ୨୪ ବର୍ଷର ବିଜେଡି ସାସନ କାଳରେ କିଭଳି ହୋଇଛି ଦୁର୍ନୀତି ଯାହାର ଜ୍ଵଳନ୍ତ ରୁପ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦୀବ୍ୟାଙ୍ଗ ଷାଠିପିକେଟ ପାଇଁ ଆସିଥିବା ଜନ ସମୁଦ୍ର ଦେଖିଲେ ଜଣାପଡିଗଲା କିଭଳି ବିନା ଦୀବ୍ୟାଙ୍ଗ ଷାଠିପିକେଟ ରେ ଦିଆଯାଉଥିଲା ଭତ୍ତା ଆଜୀ ଷାଠିଫିକେଟ ପାଇଁ ଲାଗିଛି ଲମ୍ବା ଲାଇନ। ତେବେ ଏଥିପାଇଁ ଦାୟୀ କିଏ ? । ବିଜେଡି ର ଚାଟୁକାର ନେତା ଓ କିଛି ଦୃର୍ନୀତଖୋର ସରକାରୀ କର୍ମଚାରିଙ୍କ ପାଇଁ ଏଭଳି ଦୃର୍ନୀତି ଭାଇରସ ଭଳି ବ୍ୟାପିଛି ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଲାଣୀ । ବର୍ତମାନ ସରକାର ବଦଳିବା ପରେ ରାଜ୍ୟସରକାରଙ୍କ ପାଇଁ ଆଜି ବିଜେଡି ର ସ୍ବଚ୍ଛ ଶାସନର ମୁଖା ଖୋଲିଲା ।ତେବେ ଦେଖିବାର ଅଛି ଜଗତସିଂହପୁର ଜିଲ୍ଲା ପ୍ରସାସନ କେବେ ଏଭଳି ଦୃର୍ନିତିଖୋର ଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି

Spread the love