କଟକ: କଟକ ବାଦାମବାଡିରେ ରିଲାଏନ୍ସ ଡିଜିଟାଲର ନୂଆ ଷ୍ଟୋର୍ର ଶୁଭାରମ୍ଭ ହୋଇଯାଇଛି । ତେବେ ଏହି ଷ୍ଟୋର ରେ ରିଲାଏନ୍ସ ତାର ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପ୍ରଦାନ କରୁଛି । ଦ୍ରୁତ ଡେଲିଭରି ଓ ଇନ୍ଷ୍ଟଲେଶନ ସହିତ ଗ୍ରାହକମାନେ ବିନା କୌଣସି ବିଳମ୍ବରେ ନିଜ ପସନ୍ଦର ଟେକ୍ନୋଲୋଜି ହାସଲ କରିପାରିବେ । ଏହି ଅବସରରେ ରିଲାଏନ୍ସ ଡିଜିଟାଲର ରିଜୋନାଲ ଅପରେସନ ସେଲସ ମୁଖ୍ୟ ରାଜୀବ ଦାସ, କ୍ଲଷ୍ଟର ମ୍ୟାନେଜର ଶ୍ରୀ ବିଶ୍ୱଜିତ ସାହୁ, ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏବଂ ଅଭିନେତା ଶୈଳେନ୍ଦ୍ର ସାମନ୍ତରାଏ ପ୍ରମୁଖ ଉପସ୍ଥିତ ଥିଲେ ।
ଗ୍ରାହକମାନେ ଏହି ନୂତନ ଷ୍ଟୋର୍ରେ ବିଭିନ୍ନ ଅଫର୍ ସମେତ ବ୍ୟାଙ୍କ କାର୍ଡଗୁଡିକ ଉପରେ ମଧ୍ୟ ୧୦% ପର୍ଯ୍ୟନ୍ତ କ୍ୟାଶବ୍ୟାକ ଦେଉଛି । ତେବେ ଏହି ରିଲାଏନ୍ସ ଡିଜିଟାଲରେ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ୱାଶିଙ୍ଗ ମେଶିନ, ରେଫ୍ରିଜରେଟର, ହୋମ୍ ଥିଏଟର, ଡିଜିଟାଲ କ୍ୟାମେରା, ଲାପଟପ, ଆକ୍ସେସରି ଓ ଅନ୍ୟାନ୍ୟ କ୍ଷୁଦ୍ର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରହିଛି ।