65

ଅଭିଯୋଗ ଶୁଣିଲାନି ଜିଲ୍ଲାପାଳ, ନିଜ ଖର୍ଚ୍ଚରେ ଗ୍ରାମବାସୀ ନିର୍ମାଣ କଲେ କାଠପୋଲ !

କନ୍ଧମାଳ : ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଟଙ୍କା ସବୁର ସତ ବିନିଯୋଗ ହୋଇପାରୁନାହିଁ l ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ନାହିଁ ନ ଥିବା ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଲୁଛି l କିଛି ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ପ୍ରଶାସନ ଉପରେ ଭରଷା ନକରି ଆପଣା ହାତ ଜଗନ୍ନାଥ ନିତିରେ ନିଜ ଅଞ୍ଚଳର ସମସ୍ୟା ଗୁଡ଼ିକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଲୁଇସିଂ ପଞ୍ଚାୟତ ଡ଼ାଙ୍ଗଣାମୁ ଗ୍ରାମର କୁଜେଣ୍ଡି ନଦୀରେ |ଉପର ଡାଙ୍ଗଣାମୁ ଏବଂ ତଳ ଡାଙ୍ଗଣାମୁ ଗ୍ରାମର ଜନସାଧାରଣ ମିଶି ଏହି ନଦୀ ଉପରେ ପ୍ରତିବର୍ଷ କାଠପୋଲ ନିର୍ମାଣ କରି ଆସୁଛନ୍ତି । ଗ୍ରାମବାସୀ ଙ୍କ ଅଭିଯୋଗ ପ୍ରକାରେ କୁଜେଣ୍ଡି ନଦୀର ଏପାରିରେ ପଂଚାୟତ କାର୍ଯ୍ୟାଳୟ ରହିଥିବା ବେଳେ ଆର ପାରିରେ ବୁରେଗିମାସ୍କା, ଲାକାସିର୍ପି, ପିଲିପଦର, ଭାତକୁର ଓ ମାନପଦର ଗ୍ରାମ ରହିଛି । ସବୁ ଗ୍ରାମର ଘର ସଂଖ୍ୟା ମିଶି ପାଖାପାଖି ୯୦ ଘର ହେବ ।

ହେଲେ ଅନେକ ସମୟରେ ଏହିସବୁ ଗ୍ରାମରେ ବସବାସ କରୁଥିବାଲୋକେ ପଞ୍ଚାୟତ କାର୍ଯ୍ୟପାଇଁ ନଦୀ ପାର ହେଇକି ଲୁଇସିଂକୁ ଆସୁଥିବା ବେଳେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଏପାରିରେ ରହିଛି । ତେଣୁ ପ୍ରତିଦିନ ସେପାରିରେ ରହୁଥିବା ଜନସାଧାରଣ ଏପାରିକୁ ଯିବାଆସିବା କରିଥାନ୍ତି l ହେଲେ ନଦୀରେ ପୋଲ ନଥିବା ଯୋଗୁଁ ବର୍ଷା ଦିନ ଆସିଲେ ସେପାରିରେ ରହୁଥିବା ଜନସାଧାରଣ ନାହିଁନାଥିବା ଅସୁବିଧା ଭୋଗ କରୁଛନ୍ତି | ଗ୍ରାମର ଜନସାଧାରଣ ପ୍ରତିବର୍ଷ ନଦୀ ଉପରେ ବାଉଁଶ ପୋଲ ତିଆରିକରି ଜନସାଧାରଣ ଙ୍କ ପାଇଁ ଯାତାୟାତର ବ୍ୟବସ୍ଥା କରୁଛନ୍ତି କିନ୍ତୁ ତାହା ବର୍ଷକ ପରେ ନଷ୍ଟ ହେଇଯାଉଛି । ତେଣୁ ଅଞ୍ଚଳବାସୀ ଉକ୍ତ ନଦୀରେ ସ୍ଥାୟୀପୋଲ ଟିଏ ନିର୍ମାଣ ପାଇଁ ବାରମ୍ବାର ଦାବୀ କରୁଥିବା  ସତ୍ୱେ ଏଯାଏ ଏହି ନଦୀରେ ସ୍ଥାୟୀ ପୋଲଟିଏ ନିର୍ମାଣ ହେଇ ନଥିବାରୁ ସ୍ଥାନୀୟଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । ଏନେଇ ସ୍ଥାନୀୟ ବିଡ଼ିଓ ଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ତଦନ୍ତ କଲାପରେ ହିଁ ପଦକ୍ଷେପ ନିଆଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି l ଏହି ଅଞ୍ଚଳଟି ଦୁର୍ଗମ ଅଞ୍ଚଳ ହେଇଥିବାରୁ ଏଯାଏ ପ୍ରଶାସନର ନଜରକୁ ଆସିପାରିନି ଓ ନଦୀରେ ପୋଲ ନଥିବା ଯୋଗୁଁ ଅଞ୍ଚଳବାସୀ ବିଶେଷ କରି ବର୍ଷାଦିନ ମାନଙ୍କରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ତେଣୁ ଯଥାଶୀଘ୍ର ଉକ୍ତ ନଦୀ ଉପରେ ପୋଲଟିଏ ନିର୍ମାଣ କଲେ ଜନ ସାଧାରଣ ଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଯାତାୟାତ କରିପାରିବେ ବଲି AICWC ର ରାଜ୍ୟ ଉପ ସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ମତ ରଖିଥିବା ବେଳେ ଜିଲ୍ଲାପାଳ ମହୋଦୟ ଙ୍କୁ ନିନ୍ଦା କରୁଥିବା ଚର୍ଚା ହେଉଚି ।

Spread the love