32

ପଞ୍ଚାୟତ ସମିତି ବୈଠକରେ ବିଜେଡ଼ିର ଗୁଣ୍ଡାରାଜ। ଦୁର୍ନିତୀକୁ ବିରୋଧ କରିବାରୁ ତଡାଖାଇଲେ ନିର୍ବାଚିତ୍ତ ପ୍ରତିନିଧି ।

କେନ୍ଦ୍ରାପଡା: ରାଜନଗର ବ୍ଲକ ପଞ୍ଚାୟତ ସମିତି ବୈଠକ ରେ ବିଧାୟକ ଙ୍କ ଉପସ୍ଥିତ ରେ ବିଜେଡ଼ି କର୍ମୀଙ୍କ ଦାଦାଗିରି। ଦୁର୍ନୀତି ସମ୍ପର୍କ ରେ ପ୍ରଶ୍ନ କରିବାରୁ ବିଜେପି ଓ କଂଗ୍ରେସ ସମର୍ଥିତ ସଭ୍ୟ ଓ ସରପଞ୍ଚ ଙ୍କୁ ଧକ୍କା ଦେଇ ବୈଠକ ଗୃହ ରୁ ବାହାର କରିଦେଲେ,ଏହି ସମସ୍ତ ଘଟଣା ବିଧାୟକ ଧ୍ରୁବ ସାହୁ। ବିଡ଼ିଓ ନିଶାନ ମିଶ୍ର ଓ ତହସିଲଦାର ଅଜୟ ଜେନା ଙ୍କ ଉପସ୍ଥିତ ରେ ହୋଇଛି, କିନ୍ତୁ କେହି ଏହାର ପ୍ରତିବାଦ କଲେ ନାହିଁ ବରଂ ବିଜେଡ଼ି ର ସଂଖ୍ୟା ଗରିଷ୍ଠତା କୁ ପ୍ରାଧାନ୍ୟ ଦେଇ ବୈଠକ କଲେ ତାହା ପୁଣି ୯ ଜଣ ପଞ୍ଚାୟତ ସମିତି ସଦସ୍ୟ ଙ୍କୁ ବାଦ୍ ଦେଇ । ଏହାର ବିରୋଧ ରେ ବିଡ଼ିଓ ଙ୍କ କାର୍ଯ୍ୟାଳୟ ରେ ତାଲା ଝୁଲାଇ ଆମରଣ ଅନଶନ ରେ ବସିଲେ ବିଜେପି ଓ କଂଗ୍ରେସ ସମର୍ଥିତ ସଭ୍ୟ ଓ ସରପଞ୍ଚ। ଦାବି ରହିଛି ରାଜନଗର ବ୍ଲକ୍ ର ୨୯ ପଞ୍ଚାୟତ ରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ଭିଜିଲାନ୍ସ ଓ ଇଡି ତଦନ୍ତ ପାଇଁ। ଯେପର୍ଯ୍ୟନ୍ତ ଏହି ଦାବି ପୂରଣ ହୋଇନାହିଁ ସେପର୍ଯ୍ୟନ୍ତ ବିଡ଼ିଓ କାର୍ଯ୍ୟାଳୟ ର ତାଲା ଖୋଲା ହେବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ବିଡ଼ିଓ ନିଶାନ ମିଶ୍ର ଖବର ଦେଇଛନ୍ତି।

Spread the love