210

ବଜ୍ରପାତ ରେ ୧୩ ମହିଳା ଆହତ!

ନବରଙ୍ଗପୁର: ବିଲ ରେ ଧାନ ରୋଇବା ସମୟ ରେ ବଜ୍ରପାତ ରେ ୧୩ ମହିଳା ଆହତ, ୨ ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ନନ୍ଦପୁରା ଗ୍ରାମପଞ୍ଚାୟତ ର ନନ୍ଦପୁରା ତଳ ସାହି ରେ ଘଟିଛି। ଆଜି ସନ୍ଧ୍ୟା ୪:୩୦ ମିନିଟ ସମୟ ରେ ନନ୍ଦପୁରା ତଳ ସାହିର ପ୍ରାୟ ୧୫ ଜଣ ମହିଳା ଶ୍ରମିକ ଏକ ଧାନ ଜମି ରେ ଧାନ ରୁଆ କରିବା ସମୟ ରେ ପ୍ରବଳ ବର୍ଷା ସହ ଘଡ ଘଡି ଓ ବିଜୁଳୀ ମାରିଥିଲା। ଅଚାନକ ଏହି ସମୟ ରେ ବଜ୍ରପାତ ହେବାରୁ ୧୩ ଜଣ ମହିଳା ଶ୍ରମିକ ବେହୋସ ହୋଇ ବିଲ ରେ ହିଁ ପଡି ଯାଇଥିଲେ। ତେବେ ସେଥି ମଧ୍ୟରୁ ଅକ୍ଷତ ଅବସ୍ଥାରେ ଥିବା ୨ ଜଣ ମହିଳା ଶ୍ରମିକ ଗାଁ ରେ ଯାଇ ଖବର ଦେଇ ଥିଲେ। ତୁରନ୍ତ ଗ୍ରାମ ବାସି ବାଲେରୋ , ସ୍କୋର୍ପିଓ ଓ ଟ୍ର।କ୍ତର ରେ ୧୩ଜଣ ମହିଳା ଶ୍ରମିକ ଙ୍କୁ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଭର୍ତ୍ତି କରାଇ ଥିଲେ। ଆହତ ମହିଳା ଶ୍ରମିକ ମାନେ ହେଲେ ମଞ୍ଚାବତୀ କନ୍ଧପାନ (୫୦),ଧନମତି କନ୍ଧପାନ (୩୮)ସତ୍ୟାବତୀ କନ୍ଧପାନ(୫୨)ରୁକ୍ମଣୀ କନ୍ଧପାନ(୩୦) ନିକିତା କନ୍ଧପା(୨୦) ରତ୍ନାବତୀ କନ୍ଧପାନ (୫୫)ଗୋମତୀ କନ୍ଧପାନ(୩୫)ମଙ୍ଗରି ଗାଣ୍ଡା (୩୫) ମନ୍ଦନା ଗାଣ୍ଡା (୫୪) ପାର୍ବତୀ ଭତରା (୧୮) ଲକ୍ଷ୍ମୀ ମୁଣ୍ଡା (୧୯)
ମିନା ମୁଣ୍ଡା (୨୪) ରେଖା କନ୍ଧପାନ(୨୮)। ଏ ସବୁ ମହିଳା ଶ୍ରମିକ ଙ୍କ ଘର ନନ୍ଦପୁରା ଗ୍ରାମ ପଞ୍ଚାୟତ ର ତଳ ସାହିରେ ହୋଇ ଥିବା ବେଳେ ରେଖା କନ୍ଦପାନ ଙ୍କ ଘର ନିକଟସ୍ତ ମ।ଝିଆ ଗ୍ରାମ ରେ । ଏମାନଙ୍କ ମଧ୍ୟ ରୁ ୨ ଜଣ ମହିଳା ଶ୍ରମିକ ଙ୍କ ର ଅଵସ୍ଥା ଗୁରୁତର ହେବାରୁ ଚିକିତ୍ସା କରୁ ଥିବା ଡକ୍ଟର ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦେଇ ଥିବା ସୁଚନା ମିଳିଛି। ଅନ୍ୟ ସମସ୍ତ ୧୧ଜଣ ଶ୍ରମିକ ବିପଦ ମୁକ୍ତ ଥିବା ଚିକିତ୍ସା କରୁ ଥିବା ଡକ୍ଟର କହିଛନ୍ତି।

Spread the love