ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅଧୀନ ଗୋପାଳପୁର ପଞ୍ଚାୟତ ର ଜଣେ ନିଲମ୍ବିତ ପୁର୍ବତନ ସରପଞ୍ଚ ଙ୍କ ବୃଦ୍ଧ କାଳରେ ବାଲ୍ୟ ଲିଳା କରିବାକୁ ମନ ବଳାଇ ବନ୍ଧା ହେଲେ। ତ୍ରିତୋଲ ଥାନା ଗୋପାଳ ପୁର ପଞ୍ଚାୟତ ର ପୁର୍ବତନ ସରପଞ୍ଚ ରଶ୍ମି ରଞ୍ଜନ ଦାଶ ଉକ୍ତ ଅଞ୍ଚଳର ଜଣେ ଜନୈକ ଯୁବତୀ ଯିଏ କି ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟରତ ତାଙ୍କର ସହ ନିର୍ଧାରିତ ପ୍ଲାନ୍ କରି କିଛି ଅନ୍ତରଙ୍ଗ ଫଟୋ ଉଠାଇ ଥିଲେ..ରଶ୍ମି ରଞ୍ଜନ ଙ୍କ ସହ ଯୁବତୀଙ୍କର କିଛି କଥାକୁ ନେଇ ମନୋମାଳିନ୍ୟ ହୋଇଥିଲା ଓ ଯୁବତୀ ସମ୍ପର୍କ ଛିନ୍ନ ହୋଇଜିବା ଯାଇଥିଲା । ଯାହାକୁ ସହଜରେ ସହ୍ୟ କରିପାରି ନଥିଲେ ରଶ୍ମି ରଞ୍ଜନ । ପରେ ପୂର୍ବରୁ ପ୍ଲାନିଙ୍ଗ କରି ରଖିଥିବା ଫଟୋ କୁ ଅସ୍ତ୍ର କରି ଅଙ୍ଗନବାଡି କର୍ମୀ ଙ୍କୁ ବ୍ଲାକମେଲ କରିଥିଲେ..ଓ ବିବାହ ନ କଲେ ଫଟୋ ଭାଇରଲ କରିବା ସହ, ପରିବାର କୁ ଜୀବନ ରୁ ମାରି ଦେବାକୁ ବାରମ୍ବାର ଧମକ ଦେଉଥିଲେ ।ପରବର୍ତ୍ତୀ ସମୟରେ ଉଦ୍ୟମ ସଫଳ ନ ହେବାରୁ ଯୁବତୀଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ କରି ତାଙ୍କୁ ବଦନାମ କରିବା ଆରମ୍ଭ କରି ଦେଇଥିଲେ ।
ତେବେ ଏପରି ଘଟଣା ରେ ଅତିଷ୍ଠ ହୋଇ ଯୁବତୀଙ୍କ ପରିବାର ପକ୍ଷରୁ ତିର୍ତୋଲ ଥାନାରେ ଲିଖିତ ଅଭିଯୋଗ କରି ବାରମ୍ବାର ଦ୍ବାରସ୍ଥ ହେବାପରେ ମଧ୍ୟ ବିଜେଡି ପଲଙ୍କରେ ସୋଇଥିବା ତ୍ରିତୋଲ ପୋଲିସ୍ ର ନିଦ ଭାଙ୍ଗୁ ନଥିଲା କି ପୁରୁଣା ଅଭ୍ୟାସ ରଖି ପୋଲିସ ନିଜର ପାରିବା ପଣିଆ ଉପରେ ଏକ ପ୍ରଶ୍ନବାଚୀ ଛିଡ଼ା କରି ଦୋସିକୁ ଘଣ୍ଟ ଘୋଡାଉଥିଲା । ସେଥିପାଇଁ ଯୁବତୀ ଜଣକ ନ୍ୟାୟ ପାଇପିରୁନଥିଲା । ବାଧ୍ୟହୋଇ ଯୁବତୀ ଜଣଙ୍କ ଗତକାଲି ଜିଲ୍ଲା ଏସପି ଦ୍ବାରସ୍ଥ ହୋଇ ନିଜର କରୁଣ ଭରା ଦୁଃଖ ବଖାଣି ଥିଲେ । ଜିଲ୍ଲା ଏସ୍ପି ସମସ୍ତ ବିଷୟ ଜାଣିବା ପରେ ତ୍ରିତୋଲ ପୋଲିସ୍ କୁ କଡା ନିର୍ଦେଶ ଦେଇଥିଲେ । ତେବେ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ତିର୍ତୋଲ ପୋଲିସ ଅଭିଯୁକ୍ତ ରଶ୍ମି ରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ତିର୍ତୋଲ ଜେ.ଏମ.ଏଫ.ସି କୋର୍ଟ ରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଆଳିପିଙ୍ଗଳ ଜେଲ ହାଜତ କୁ ପଠାଇ ଦିଆଯାଇଛି..ଏଠି ପ୍ରଶ୍ନ ଉଠେ ତ୍ରିତୋଲ ପୋଲିସ୍ ଆଗରୁ କାହିଁକି ଅଭିଯୁକ୍ତ କୁ ଗିରଫ କରୁ ନଥିଲା ।ନା ତ୍ରିତୋଲ ପୋଲିସ୍ ନିଜକୁ ବିଜେଡି ପାଖେ ବିକ୍ରୀ କରିଥିଲା ? ଏଭଳି କଛି ପ୍ରଶ୍ନଚର୍ଚ୍ଚା ଏବେ ଅଞ୍ଜଳରେ ଜୋରଦାର ହେଉଥିବା ବେଳେ ପୋଲିସ ଉପରେ ସାଧାରଣ ଲୋକଙ୍କ ଆସ୍ଥା ହଟିବାରେ ଲାଗିଛି ।