ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧିନ ଆମ୍ବିକି ପଞ୍ଚାୟତ ରେ ଘଟିଛି ଅଭାବନୀୟ ଘଟଣା । ବିବାହ ଚାରି ମାସ ନ ପୁରୁଣୁ ନବବଧୂ ର ଆତ୍ମହତ୍ୟା କରିଥିବା ଦେଖିବକୁ ମିଳିଛି । ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇଁନ ଥାନ ଅଧୀନ ରାମନଗର ଗାଁ ର ଭରତ ଦାସ ଙ୍କ ଝିଅ ସୋନାଲି ଦାସ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ପଞ୍ଚାୟତ କିଆଦା (ସାହାଙ୍ଗ) ଗ୍ରାମର ମାଧବାନନ୍ଦ ପରିଡ଼ା ଙ୍କ ପୁଅ ରଶ୍ମିରଞ୍ଜନ ପରିଡ଼ା ଙ୍କୁ ଦିର୍ଘ ଚାରି ମାସ ତଳେ ପ୍ରେମ ବିବାହ କରିଥିଲେ । ହେଲେ ବିବାହର ଚାରି ମାସ ନପୁରୁଣୁ ସୋନାଲି ଦାସ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । କିନ୍ତୁ ବାପ ଘର ଲୋକେ ଯୌତୁକ ପାଇଁ ଅନେକ ସମୟରେ ଶାଶୁ ଘର ଲୋକେ ମାଡ଼ ମାରନ୍ତି , ଏହା ପୂର୍ବରୁ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କିଛିଦିନ ତଳେ ଝଗଡ଼ା ଲାଗିଥିଲା ହେଲେ ତାହା ସମାଧାନ ହୋଇଯାଇଥିଲା । ବୋଲି ଏରସମା ଥାନରେ ଅଭିଯୋଗ କରିବାସହ ଝିଅ କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି । ଅନ୍ୟ ପଟରେ ରଶ୍ମିରଞ୍ଜନ ର ବାପା ମାଧବାନନ୍ଦ କୌଣସି ଝାଗଡ ହୋଇନଥିଲେ ସେ ରଶି ଲଗେଇ ଆତ୍ମହତ୍ୟା କରିଛି ବୋଲି କହିଛନ୍ତି । କିନ୍ତୁ ଆମ୍ବିକି ପଞ୍ଚାୟତ ର ଜୈନିକ ବିଜେଡି କୁଜି ନେତା ଘଟଣା କୁ ଚପେଇ ଦେବାକୁ ଉଦ୍ୟମ କରୁଥିବା ନେଇ ସୋନାଲି ଙ୍କ ବାପ ଘର ଲୋକେ କହିଛନ୍ତି । କିନ୍ତୁ ଏହାର କଣ ରହିଛି ସତ୍ୟା ସତ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା କିଛି ଜଣା ପଡ଼ିନଥିବାବେଳେ ଘଟଣା ର ଅଧିକ ତଦନ୍ତ ପାଇଁ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବାବେଳ ମୃତକ ସ୍ବାମୀ ରଶ୍ମିରଞ୍ଜନ ଙ୍କୁ ଏରସମା ପୋଲିସ ଥାନରେ ଅଟକ ରଖିଛନ୍ତି । ହତ୍ୟା ନା ଆତ୍ମହତ୍ୟା ତାହା ପୋଷ୍ଟମୋଟମ୍ ପରେ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
76