ଜଗତସିଂହପୁର: ହଁ ଆଜ୍ଞା ଜଗତସିଂହପୁର ଥାନା ସଦର ପୋଥାପଡା ଗ୍ରାମରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି।ଯାହାକି ଗତ ରାତିରେ ଗ୍ରାମବାସୀଙ୍କ ଉପସ୍ଥିତିରେ ପବନ ରାଉତ ଓ ପ୍ରଶନ୍ନ ରାଉତ ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘବର୍ଷ ହେବ ଜମିବାଡ଼ି କୁ ନେଇ ଲାଗିରହିଥିବା ବିବାଦ ର ସମାଧାନ ପାଇଁ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କୁ ନେଇ ଏକ ବୈଠକ ଚାଲୁଥିବା ସମୟରେ । ପ୍ରଶନ୍ନ ରାଉତ ଙ୍କ ସ୍ତ୍ରୀ କବିତା ରାଉତ କିଛି ଜମିବାଡ଼ି କୁ ନେଇ କହିଥିଲେ। ଯାହାକୁ ନେଇ ଦେଢସୁର ପ୍ରଶନ୍ନ ରାଉତ ହଠାତ୍ ଉତ୍ତେଜିତ ହୋଇ ଏକ ଟର୍ଚଲାଇଟ ସାହାଯ୍ୟ ରେ ଭାଇ ବୋହୁ କବିତା ରାଉତ ଙ୍କ ମୁଣ୍ଡକୁ ଓ ଓଠକୁ ଆକ୍ରମଣ କରିବା ସହିତ ସର୍ବ ସମ୍ମୁଖରେ ଟଣାଓଟରା କରି ବିଧା ଗୋଇଠା ମାରିଥିଲେ ଓ ହାତରେ ଏକ ଧାରୁଆ କଟୁରି ଧରି ମାରିବାକୁ ଉଦ୍ୟମ କରୁଥିବାବେଳେ ସ୍ୱମୀ ପ୍ରସନ୍ନ ରାଉତ ଉଧାର କରିବାକୁ ଉଦ୍ୟମ ବେଳେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା ଜାହାଜକୁ ନେଇ କବିତା ରାଉତ ଓ ସ୍ୱମୀ ପ୍ରଶନ୍ନ ରାଉତ ଗୁରୁତର ଭାବେ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଜଗତସିଂହପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ତଦନ୍ତ ଜାରୀ ରଖିଛନ୍ତି ବୋଲି ପୋଲିସ ସୂତ୍ରରୁ ଖବର ମିଳିଥିବାବେଳେ ବର୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫହୋଇନାହି ତେବେ ଅଭିଯୁକ୍ତ କେବେ ଗିରଫ ହେବ ତାହା ଦେଖିବାର ଅଛି
141