କଟକ: କଟକ ସଦର କିଶନନଗର ଥାନା ଅଧିନ ପ୍ରହରାଜପୁର ଅଞ୍ଚଳରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ କିଶନ ନଗର ପୁଲିସ ଏକ ମାମଲା (ନଂ-୨୧୧/୨୦୨୪) ରୁଜ୍ଜୁ କରିଛି ମଙ୍ଗଳବାର ଅପରାହ୍ନ ରେ ପିଡିତା ନାବାଳିକାଙ୍କ ମା’ ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ନାବାଳିକା ଙ୍କୁ ପଚରାଉଚରା କରିଥିବା ବେଳେ ଆସନ୍ତାକାଲି ପିଡିତା ଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ଆଇଆଇସି ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।ସୂଚନା ମୁତାବକ ୧୫ବର୍ଷ ବୟସ୍କା ଏହି ଛାତ୍ରୀ ଜଣକ ନିକଟସ୍ଥ ଗ୍ରାମରେ ଜଣେ ସମ୍ପର୍କୀୟ ମହିଳାଙ୍କ ଘରେ ରହୁଥିଲେ। ଗତ ମାର୍ଚ୍ଚ ମାସରେ ସେ ଘରେ ଶୋଇଥିବା ସମୟରେ ଦୁଷ୍କର୍ମ ର ଶୀକାର ହୋଇଥିଲେ।ଏ ବିଷୟରେ ନାବାଳିକା ଛାତ୍ରୀ ଜଣକ ସମ୍ପର୍କୀୟ ମହିଳାଙ୍କୁ ଜଣାଇଥିଲେ ମଧ୍ୟ ସେ ତାଙ୍କୁ ପାଟି ଚୁପ ରଖିବା ପାଇଁ ଧମକ ଦେଇ ତାଙ୍କୁ ଆଣି ତାଙ୍କ ମା’ ଙ୍କ ପାଖରେ ଛାଡ଼ି ଦେଇଥିଲେ। ଲଜ୍ୟା ଓ ଭୟରେ ନାବାଳିକା ଜଣକ ନିଜଘରେ ଏ ବିଷୟରେ କିଛି କହିନଥିଲେ। ତେବେ ଝିଅର ଦେହ ଖରାପ ହେବାରୁ ତାଙ୍କ ମା’ ତାଙ୍କୁ କିଶନନଗର ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ଙ୍କ ପରୀକ୍ଷା ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା।
ଏ ବିଷୟ ଜାଣିବା ପରେ ନାବାଳିକାଙ୍କୁ ସାଙ୍ଗରେ ଧରି ତାଙ୍କ ପରିବାର ଲୋକେ ସମ୍ପୃକ୍ତ ସମ୍ପର୍କୀୟ ମହିଳାଙ୍କ ଘରେ ପହଞ୍ଚିଥିଲେ। ଅଭିଯୁକ୍ତ ସହ ନାବାଳିକା ଛାତ୍ରୀ ଙ୍କ ବିବାହ କରି ଦିଆଯିବ ବୋଲି ପିଡିତା ପରିବାରକୁ ସାନ୍ତ୍ୱନା ଦିଆଯାଇ ମୁହଁ ଚୁପ ପାଇଁ ଚାପ ପକାଯାଇଥିଲା। ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତିଙ୍କ ନିକଟରେ ଖବର ପହଞ୍ଚିବା ପରେ ଏ ବିଷୟ ଅନୁଧ୍ୟାନ ପାଇଁ କଟକ ସଦର ସିଡିପିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଦର ସିଡିପିଓ ଙ୍କ ନିର୍ଦ୍ଦେଶ ରେ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ପିଡିତାଙ୍କ ଘରେ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲେ। ଦେଖିବା କୁ ବାକି ରହିଲା ପୀଡିତା କୁ କେବେ ନ୍ୟାୟ ମିଳୁଛି..
201