129

ରତ୍ନ ଭଣ୍ଡରରୁ ଚୋରି କିଏ କରିଛ! ରତ୍ନ ଗଣତିକୁ ଅପେକ୍ଷା, ତାହା ପରେ ଦୋଷୀଙ୍କ ଉପରେ ହେବ ରୁଦ୍ର ତାଣ୍ଡବ

ପୁରୀ ଜଗନ୍ନାଥ ମନ୍ଦିର: ଚାବି ହଜିଥିଲା କେମିତି? ଡୁପ୍ଲିକେଟ ଚାବି ଆସିଲା କେଉଁଠୁ? ମିଳିଥିବା ଚାବିରେ କାହିଁକି ଖୋଲିଲା ନାହିଁ ତାଲା? ଭଙ୍ଗା ଯାଇଥିବା ତାଲାରେ ଜଉମେଦ ନଥିଲା କାହିଁକି? ଏଭଳି କିଛି ପ୍ରଶ୍ନ କରି ସିଧାସଳଖ ବିଜେଡ଼ି ଉପରେ ବର୍ଷିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ।ଖୋଲିଲା ରତ୍ନ ଭଣ୍ଡାରକୁ ନେଇ ବଢିଲା ଚାବି ବିବାଦ। ତାଲା ଭାଙ୍ଗି ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲାଯିବା ପରେ ଉଠିଲାଣି ଅନେକ ପ୍ରଶ୍ନ। ରତ୍ନ ଭଣ୍ଡାର ଖୋଲିବା ପରେ ବିବାଦର ଅନ୍ତ ଘଟିବା ବଦଳରେ ଆହୁରି ବଢ଼ିଛି।ରତ୍ନଭଣ୍ଡାରର ୩ଟି ତାଲାରୁ ୨ଟିରେ ଜଉମୁଦ ନଥିବା ଜଣା ପଡ଼ିଛି। ଏହାର କାରଣ କଣ ଏବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।ଟ୍ରେଜେରିରୁ ଅଣାଯାଇଥିବା ଚାବି ବାସ୍ତବରେ ଡୁପ୍ଲିକେଟ୍ ଚାବି ନଥିଲା , ଅସଲି ତାଲାକୁ ପୂର୍ବରୁ ବଦଳାଇଯାଇ ଅନ୍ୟ ତାଲା ପକାଯାଇଛି ବୋଲି ସନ୍ଦେହ କରାଯାଉଛି।

୨୦୧୮ରେ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବହୁ ବାଦବିବାଦର ସାମ୍ନା କରିଥିଲେ ତତ୍କାଳୀନ ବିଜେଡି ସରକାର। ଏହି ଗୋଟିଏ ବିବାଦ ପାଇଁ ୨୪ ବର୍ଷ ସରକାର ମଧ୍ୟ ଭାଙ୍ଗିଯାଇଛି। ତେବେ ସବୁଠୁ ଦ୍ଵନ୍ଦରେ ପକାଇଛି ୨୦୧୮ ମସିହାରେ ଅତି ରହସ୍ୟଜନକ ଭାବେ ବିଜେଡି ସରକାର ପ୍ରଘଟ କରିଥିବା ପୁରୀ ଜିଲ୍ଲା ଟ୍ରେଜେରୀ ଅଫିସ ଡୁପ୍ଲିକେଟ୍ ଚାବିକୁ ନେଇ। ଦୁଇଟି ତାଲାରେ ଜଉ ନଥିବା ଜଣା ପଡ଼ିବା ପରେ ସନ୍ଦେହ ଉପୁଜୁଛି ଯେ, ଏହା ବାସ୍ତବରେ ଡୁପ୍ଲିକେଟ୍ ଚାବି ଥିଲା ତ ? ଯଦି ହଁ, ତେବେ ଗୋଟିଏ ବି ତାଲା ଖୋଲିଲାନି କାହିଁକି? ନା ବିବାଦରୁ ବର୍ତ୍ତିବା ପାଇଁ ପୂର୍ବ ସରକାର ମିଛ କହିଥିଲେ? ତେବେ ଘଟଣା ପଦକୁ ଆସିବ ପରେ ଏହାର ତଦନ୍ତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ସେହି ଚାବି କଥା କିଏ କହିଥିଲେ, କାହିଁକି କହିଥିଲେ, ନା କିଏ କୁହାଇଥିଲେ- ତାର ତର୍ଜମା ହେବ। ଗତ ସରକାରରେ କାହିଁକି ମିଥ୍ୟା କୁହାଯାଇଥିଲା, ତାର ବି ତଦନ୍ତ କରାଯିବ। ୨ଟି ତାଲାରେ ଜଉମୁଦ ନଥିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ଟାମ୍ପରିଂ ହୋଇ ନଥିବ ବୋଲି ଆଶା କରାଯାଉଛି। ପୂର୍ବ ତାଲିକା ସହ ମେଳ କରି ଗଣତି ମଣତି ପରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି କହିଛନ୍ତି ମନ୍ତ୍ରୀ। କଂଗ୍ରେସ ମଧ୍ୟ ଏହି ଘଟଣାର ତଦନ୍ତ ଦାବି କରିଛି। ଏହାପରେ ବିଜେଡି ପାଇଁ ଅଡୁଆ ବଢ଼ିଛି ବୋଲି କୁହାଯାଉଛି। ପାଣ୍ଡିଆନ ତାମିଲନାଡୁ ରତ୍ନ ଭଣ୍ଡାର ଚାବି ପଠେଇ ଦେଇଥିବା କଥା ସତ ହୋଇଥାଇ ପାରେ ବୋଲି ଲୋକେ କହିଛନ୍ତି। ତେବେ ଦେଖାଯାଉ ବିଜେପି ସରକାର ସତ ପଦାକୁ ଆଣୁଛନ୍ତି ନା ଖାଲି ଆଲୋଚନାରେ ରହୁଛି?

Spread the love