ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପାତାଳି ଶ୍ରୀକ୍ଷେତ୍ର ରେ ନବ ଦିନାତ୍ମକ ଯାତ୍ରା ସାରି ଆଜି ବାହୁଡା଼ ଯାତ୍ରା କୁ ବାହାରିଲେ ଶ୍ରୀଜିଉ। ଏଥିପାଇଁ ଆଜି ସମଗ୍ର ପାତାଳିଶ୍ରୀକ୍ଷେତ୍ର ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲାସକାଳ ୫ଘଟିକା ରେ ମଙ୍ଗଳ ଆଳତି, ସକାଳ ୭ଘଟିକାରେ ଖେଚୁଡ଼ି ଭୋଗ, ସକାଳ ୮ ଘଟିକା ମଙ୍ଗଳାର୍ପଣ, ବେଶ ,ପୂର୍ବାହ୍ନ ୧୧.ଘଟିକା ଧାଡ଼ି ପହଣ୍ଡି ରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯାଇଥିଲା, ଛେରା ପହଁରା ରେ ସହଯୋଗ କରିଥିଲେ ନରସିଂହ ପଧାନ, ମିତ୍ରଭାନୁ ମହାକୁର, ଶରଦ ଚାନ୍ଦ। ଅପରାହ୍ନ ୧ ଘଟିକା ରଥରେ ଛେରା ପହଁରା କରିଥିଲେ ଗଡତିଆ ଶ୍ରୀ ଚମରା ଅମାତ । ସଂକୀର୍ତ୍ତନ, ଘଣ୍ଟ,ଶଙ୍ଖ, ହରିବୋଲ ହୁଳହୁଳି, ଜୟ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ପାତାଳୀ ଶ୍ରୀକ୍ଷେତ୍ର। ଲକ୍ଷାଧିକ ଭକ୍ତଙ୍କ ସମାଗମ ରେ ସମଗ୍ର କ୍ଷେତ୍ର ଚଳଚଞ୍ଚଳ ରହିଥିଲା। ସୁବର୍ଣ୍ଣପୁର ର ଚନ୍ଦ୍ରିକା ସେବା ଟ୍ରଷ୍ଟ ତରଫରୁ ଅନ୍ନ ପ୍ରସାଦ, ପାନୀୟ ଜଳର ସେବାଯୋଗାଇ ଦିଆଯାଇଥିବା ବେଳେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ଶୃଙ୍ଖଳା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା । ପୋଲିସ , ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା ବିଭାଗ ତରଫରୁ ଲୋକଙ୍କୁ ସେବା ଦେଇଥିବାବେଳେ ଆଜିର ବାହୁଡା଼ ଯାତ୍ରା ରେ ଅତିଥି ଭାବରେ ବିଧାୟକ ଇଂ ରଘୁନାଥ ଜଗଦଲା , ଏଡିଏମ୍ ଅଞ୍ଜଳିନା ପଧାନ, ରାଜସ୍ବ ଅଧିକାରୀ – ଅଜିତ୍ ମିର୍ଦ୍ଧା ପ୍ରମୁଖ ଯୋଗ ଦେଇଥିଲେ ।
29