48

ବବିଙ୍କ ପାଖରୁ ସାଂଗଠନିକ ସମ୍ପାଦକ ପଦ ଛଡେଇ ନେବାକୁ ସଂତୃପ୍ତ, ଅରୁଣ, ରାଜାଙ୍କ ଲବି

ରାଜନୀତି: ୨୦୨୪ ରେ ଫେଲ୍ ହେଲେ ବବି ଅରୁଣ ପାଇବେ ପୁରସ୍କାର। ବିଜେଡିକୁ ଅକାମୀ କରିଦେଲେ ବବି, ସଂଗଠନ ଟାଣ କରିବେ ଅରୁଣ। ଦଳରେ ବବିଙ୍କୁ ନେଇ ଅସନ୍ତୋଷ ବଢ଼ୁଥିବା ବେଳେ, ଅରୁଣଙ୍କୁ ଦାୟିତ୍ୱ ଦେବାକୁ ମାଷ୍ଟର ପ୍ଲାନ କରିଛି ବିଜେଡି । ବିଜେଡି ଶୋଚନୀୟ ପରାଜୟ ପରେ ବିଭିନ୍ନ କମିଟି ଗଠନ ଆରମ୍ଭ ହୋଇଥିବା ବେଳେ ବବିଙ୍କ ହାତରୁ ସାଂଗଠାନିକ ସମ୍ପାଦକ ପଦ ଚାଲିଯାଇଛି ବୋଲି ଚର୍ଚ୍ଚା ହେଉଛି। ଏହାସହ ବିବାଦରେ ରହିବା ପରେ ନବୀନ ତାଙ୍କୁ ଅଣ ଦେଖା କରୁଥିବା କୁହାଯାଉଛି। କୌଣସି କମିଟିରେ ବବିଙ୍କୁ ସ୍ଥାନ ନମିଳିବା ଚର୍ଚ୍ଚାକୁ ଅଧିକ ବଢ଼େଇଛି। କେବଳ ସେତିକି ନୁହେଁ ବିଜେଡି ସାଂଗଠାନିକ ସମ୍ପାଦକ ପଦ ନୟାଗଡ ବିଧାୟକ ଅରୁଣ ସାହୁଙ୍କ ହାତକୁ ଯିବ ବୋଲି କୁହାଯାଉଛି। ଗୋଟିଏ ସମୟରେ ଏହି ପଦ ପାଇଁ ବବି ଆଉ ଅରୁଣଙ୍କ ଭିତରେ ପ୍ରତିଯୋଗିତା ଚାଲିଥିଲା ତାହା କାହାକୁ ଅଛପା ନାହିଁ। ବବି ସେତେବେଳେ ସିନା ବାଜି ମାରିଥିଲେ ,ହେଲେ ଏବେ ଅରୁଣଙ୍କ ପାଳି।

୨୦୨୪ ନିର୍ବାଚନରେ ବବି ଫେଲ୍ ହୋଇଛନ୍ତି ଆଉ ଅରୁଣ ପାସ୍ କରିଥିବାରୁ ତାଙ୍କ ଉପରେ ବିଜେଡି ସୁପ୍ରିମୋଙ୍କ ଭରସା ବଢ଼ିଥିବା କୁହାଯାଉଛି। ଏହାସହ ବିଜେଡି ପରାଜୟ ପରେ ନବୀନଙ୍କ ସହ ରହି ଦୃଢତାର ସହ ମିଡ଼ିଆ ଓ ଲୋକଙ୍କ ପ୍ରଶ୍ନର ସମ୍ମୁଖୀନ କରିଛନ୍ତି ଅରୁଣ,ତେଣୁ ତାଙ୍କ ପାଖରେ ଦୃଢ଼ ସଂଗଠକଙ୍କ ଗୁଣ କାଳେ ନବୀନ ଦେଖିଛନ୍ତି ବୋଲି କୁହାଯାଉଛି। ତେବେ ଅରୁଣ ସାହୁଙ୍କ ବ୍ୟତିତ,ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଅତୁନ ସବ୍ୟସାଚୀ ନାୟକ,ସଞ୍ଜୟ ଦାସ ବର୍ମା ଓ କଟକ ସାଂସଦ ଭାବେ ଛିଡ଼ା ହୋଇ ହାରିଥିବା ସଂତୃପ୍ତ ମିଶ୍ର ଏହି ତାଲିକାରେ ଅଛନ୍ତି ବୋଲି କୁହାଯାଉଛି।

ତେବେ ବରିଷ୍ଠ ଓ ଅଭିଜ୍ଞଙ୍କ ଦୃଷ୍ଟିରୁ ଅରୁଣ ଓ ଅନ୍ୟ ୪ ନେତାଙ୍କ ପଲା ଭାରି ରହିଥିଲେ ବି ଏଥିରେ ଅରୁଣଙ୍କ ପାଇଁ ସମ୍ଭାବନା ଅଧିକ ଅଛି। ଅତୁନ,ସଞ୍ଜୟ ନିର୍ବାଚନ ହରାଇଥିବା ବେଳେ ରାଜା ଯୁବପିଢୀଙ୍କୁ ଏକ କରି ଚାଲିବାକୁ ଆଉ ଫିଟ୍ ନାହାନ୍ତି। ହେଲେ ସଂତୃପ୍ତ ପାଣ୍ଡିଆନଙ୍କ ଖାସ ଲୋକ ହୋଇଥିବାରୁ ଅରୁଣ ଓ ସଂତୃପ୍ତଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଜଣେ ନବୀନଙ୍କ ଅନୁଗତ ଆଉ ଜଣେ ପାଣ୍ଡିଆନ ଭକ୍ତ,କାହା ନାଁରେ ମୋହର ବାଜିବ ତାକୁ ନେଇ ସମସ୍ତେ ଉତ୍ସାହିତ । ତେବେ ସଂତୃପ୍ତଙ୍କୁ ଢାଲ କରି ପାଣ୍ଡିଆନ ବିଜେଡ଼ିକୁ ନିଜ କଣ୍ଟ୍ରୋଲରେ ରଖିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। କେବଳ ଏହି ନେତା ନୁହନ୍ତି ଆହୁରି କିଛି ନେତା ସଂଗଠନ ସମ୍ଭାଳିବାକୁ ଆଶାୟୀ ଥିବା କୁହାଯାଉଛି। ତେଣୁ ସାଂଗଠାନିକ ସମ୍ପାଦକ ପଦ ପାଇଁ ବିଜେଡିରେ ମୁହଁ ଫୁଲା ଆରମ୍ଭ ହୋଇଥିବା କୁହାଯାଉଛି। ତେବେ ଦେଖାଯାଉ କିଏ ପାଉଛି ବିଜେଡି ସଂଗଠନ ଭାର? ନବୀନଙ୍କ ଅନୁଗତ ନା ପାଣ୍ଡିଆନ ଚାଟୁକାର?

Spread the love