106

ରାସ୍ଥା କାମରେ ଦୃନୀତି କରୁଛନ୍ତି ଠିକାଦାର ବାବୁ କାରଖାନାର ଅଳିଆ ପକାଇ କରୁଛନ୍ତି ରାସ୍ତ କାମ ।

ରାଉରକେଲା: କ୍ୟାମେରା କୁ ଦେଖି ଭୟ କରୁଛନ୍ତି ଠିକାଦାର ବାବୁ। କାରଖନାର ଅଳିଆ ପକାଇ କରାଯାଉଛି ରାସ୍ତା କାମ । ଏଭଳି କାମ କୁ ନେଇ ଆସୋନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ। ସୁଚନାଅନୁଜୟୀ ରାଉରକେଲା ଟି.ସି.ଆଇ ଛକ ରୁ ଆଇ. ଡି.ସି ର ବାୟପାସ ରୋଡ଼ର ଅବସ୍ଥା ହୋଇଛି ଅତି ଶୋଚନୀୟ।
ଏହି ରାସ୍ତା ରେ ପ୍ରତିଦିନ ବିଭିନ୍ନ କାରଖାନା ର କର୍ମଚାରୀ ମାନେ ଯାତାୟାତ କରିଥାନ୍ତି । ଆଇ ଡି ସି ରୁ ସମିଲ୍ଲ କୁ ଲାଗିଥିବା ରାସ୍ତା ଟି 4way ପାଇଁ କାମ ଚାଲି ଥିବା ବେଳେ ଓଭେର ଲୋଡ ଗାଡି ମଧ୍ୟ୍ୟ ଏହି ରାସ୍ତା ରେ ଯିବା ଆସିବା କରୁଛି। ଯାହାଫଳରେ ଶ୍ରମିକ ମାନଙ୍କ ଯାତାୟାତ ରେ ମଧ୍ୟ୍ୟ ବହୁତ ବାଧା ସୃଷ୍ଟି ହେଉଛି । ତେବେ ଯାହାକୁ ନେଇ ସ୍ଥାନୀୟ ବାସୀ ଅଭିଯୋଗ କରିବା ସହ ଏହି ରାସ୍ତା ଟି ସମ୍ପୂର୍ଣ ମରାମତି ପାଇଁ ଦାବି କରୁଛନ୍ତି । କିନ୍ତୁ ସେପଟେ କାରଖାନା ରୁ ବାହାରୁ ଥିବା କଚଡ଼ା ପକାଇ ମରାମତି କାର୍ଯ୍ୟ ଚାଲିଛି । ତେବେ ଏନେଇ ଠିକାଦାର ଓ ସୁପରଭାଇଜର ଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନା କୁ ଆସିବାକୁ ସିଧା ମନା କରିଥିଲେ । ଓ କହିଥିଲେ ଏହି ରାସ୍ତା କୁ ସରକାରୀ ଉଚ୍ଚାପଦବୀ ର ଷ୍ଟାପ ମାନେ ଦେଖି ମରାମତି ପାଇଁ ପରମିସନ ଦେଇଛନ୍ତି କହିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ନିମ୍ନ ମାନର କାର୍ଯ୍ୟ କରିବାକୁ ଠିକାଦାର ବାବୁ ଙ୍କୁ କିଏ ନିର୍ଦ୍ଦେଶ ଦେଲା । ସେପଟେ ଏହି ମରାମତି କୁ ନେଇ ସ୍ଥାନୀୟ ବାସିନ୍ଦା ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି ।

Spread the love