123

ଘାଣ୍ଟୁଛନ୍ତି ବିଜେପି ବିଧାୟକ ଅମରେନ୍ଦ୍ର ,ବିଧାୟକଙ୍କ କାମ ଦେଖି ବିଜେଡି ଚାଟୁକାର ବେହୋସ୍

ଜଗତସିଂହପୁର: ତଥ୍ୟ ମୁତାବକ ମୁକ୍ତା ଯୋଜନାରେ ଲଖ୍ୟାଧିକ ଟଙ୍କା ଖର୍ଚ ହୋଇ ଜଗତତ୍ସିଂପୁରରେ ଏକ ପାର୍କ ନିର୍ମାଣ କରାଯାଇଥିଲା l କିନ୍ତୁ କଣ ହେବ ଗୋଟେ ପଟେ ନିମ୍ନମାନର କାମ କରି ସରକାରୀ ଅର୍ଥକୁ ଲୁଟ କରାଯାଇଛି । ଅନ୍ୟପଟେ ଦାମି ପାମଗଛ ଲଗାଯାଇଥିବା ବେଳେ ଗଛ ମରିବାକୁ ବସିଲାଣି ତ ଅନାବନା ଘାସରେ ପରିପୂର୍ଣ୍ଣ ହୋଇ ବିଷାକ୍ତ ସାପ ବୁଲିଲେନି। ପ୍ରାଏ ସମୟରେ ଏହି ସ୍ଥାନ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।
ଏବଂ ପାର୍କ ମଧ୍ୟରେ ଆଲୋକା ର ସୁବିଧା ନଥିବା ଜଣାପଡ଼ିଛି । ତେବେ ମୁନଷୀପାଲଟି କାହା ସ୍ୱାର୍ଥରେ ଲଖ୍ୟାଧିକ ଟଙ୍କା ଖର୍ଚ କରି ପାର୍କ ନିର୍ମାଣ କରିଥିଲା । କଣ ଠିକାଦାରକୁ ପୋଷିବା ପାଇଁ ନା ମଦୁଆଙ୍କ ପାଇଁ। ଜାହା ଏବେ ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିଜେଡିର କିଛି ଚାଟୁକାର ଓ ମୁନଷୀପାଲଟିର ଇଙ୍ଗିତରେ ଏଭଳି କାର୍ଯ୍ୟ କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ମୁନଷୀପାଲଟିର ଏକ ନମ୍ବର ଔଡ କଣ୍ଟାପଡ଼ା ଅଞ୍ଚଳରେ l

ଅନ୍ୟପଟେ କଣ୍ଟାପଡ଼ା ଅଞ୍ଚଳର ଶତାଧିକ ଗ୍ରାମବାସୀଙ୍କ ସହଯୋଗରେ, ଜଙ୍ଗଲ ସୃଷ୍ଟି ପାଇଁ ଲଗାଯାଇଥିବା ଗଛଗୁଡ଼ିକୁ ବିଜେଡିର ଚାଟୁକାରମାନେ ଓପାଡି ଫୋପାଡି ଦେବା ସହ ଜଙ୍ଗଲକୁ ପୋତିଦେଲେ। ଯାହାକୁ ନେଇ ବିଧାୟକ ଅମରେନ୍ଦ୍ର ଦାସ ଓ ଶତାଧିକ ଗ୍ରାମବାସୀ, ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କ ସହ ମିଶି ଜଙ୍ଗଲ ର ପୁନରୁଦ୍ଧାର ପାଇଁ ମାଆ ଟିଏ ଗଛଟିଏ ଆଧାରରେ ବୃକ୍ଷ ରୋପଣ କରାଯାଇଛି।
ଜାହା ବର୍ତ୍ତମାନ ବିଜେଡିର ମୁଣ୍ଡ ବିନ୍ଧାର କାରଣ ହୋଇଛି। କଣ୍ଟାପଡ଼ାରେ ବିଜେଡିର ଚାଟୁକାର ଓ ଦୃର୍ନୀତ ଖୋରଙ୍କ ଦୃର୍ନୀତିକୁ ନେଇ ବିଧାୟକ ଅମରେନ୍ଦ୍ର ପାର୍କ ବିଷୟରେ ମୁନଷୀପାଲଟି ଅଧିକାରୀଙ୍କୁ ଜଣାଇବା ସହ ଆଲୋକିକରଣ କରିବା ସହିତ ପାର୍କର ସୁରଖ୍ୟା ପାଇଁ ନିର୍ଦେଶ ଦେଇଛନ୍ତି।
ତେବେ ଦେଖିବାକୁ ବାକି ରହିଲା ମୁନଷିପାଲଟି ଅଧିକାରୀ କେବେ ପାର୍କର ଅନୁଧ୍ୟାନ କରି ପାର୍କର ପୁର୍ନରୁଦ୍ଧାର କରୁଛନ୍ତି

Spread the love