114

ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟଙ୍କ ୯୬ତମ ଜୟନ୍ତୀ ତଥା”ଉତ୍ସବ ନବରସ”-୨୦୨୪ ଅନୁଷ୍ଠିତ ହୋଇଯାଇଛି।

ଜଗତସିଂପୁର: କଳା ଓ ସଂସ୍କୃତିର ଏନ୍ତୁଡ଼ିଶାଳ ଜଗତସିଂହପୁର।ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ସମଙ୍ଗ ସ୍ଥିତ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଭବନପରିସରରେ ଓଡ଼ିଶା ଯାତ୍ରାଜଗତର କିମ୍ବଦନ୍ତୀ ତଥା ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ ରାଉତରାୟ ଙ୍କ ୯୬ତମ ଜନ୍ମ ଜୟନ୍ତୀ ତଥା”ଉତ୍ସବ ନବରସ-୨୦୨୪” ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ ଉତ୍ସବକୁ ରାଜ୍ୟର ମାନ୍ୟବର ମନ୍ତ୍ରୀ ସମ୍ପଦ ସ୍ୱାଇଁ ଉଦଘାଟନ କରିଥିବାବେଳେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ,ନାଟ୍ୟକାର ହର ପ୍ରସାଦ ବାରିକ,ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ ଓ ମୁଖ୍ୟ ବକ୍ତା ଭାବରେ ନାଟ୍ୟ ଗବେଷକ ତଥା ପୂର୍ବତନ ଅଧ୍ୟାପକ ଡ଼ଃ ଅଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଏହି ସଭାରେ ସଭାପତିତ୍ୱ କରିଥିଲେ ପରିଷଦର ସଭାପତି ତଥା ସଂକେତ ଗ୍ରୁପର ଅଧ୍ୟକ୍ଷ ବଦ୍ରୀ ନାରାୟଣ ମହାନ୍ତି। ଆର୍ତ୍ତବନ୍ଧୁ ରାଉତରାୟ ସ୍ମୃତି ପରିଷଦର ସମ୍ପାଦକ ତଥା ନାଟ୍ୟଶ୍ରୀ ଙ୍କ ସୁପୁତ୍ର ତପନ କୁମାର ରାଉତରାୟ ବାର୍ଷିକ ବିବରଣୀ ପାଠ କରିଥିଲେ।ଉତ୍ସବର ଅବସରରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଏବଂ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ଓଡ଼ିଶା ର ପ୍ରଖ୍ୟାତ କଳାକାର ଙ୍କୁ ନବରସ ସମ୍ମାନ ରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବ ଲଗାତାର ଭାବରେ ତାଙ୍କ ଜନ୍ମ ଶତବାର୍ଷିକୀ ୨୦୨୮ ପେଯ୍ୟନ୍ତ ପାଳନ କରାଯିବ।ଏସବୁ ସତ୍ତ୍ୱେ ଏହି ମହାନ ନାଟ୍ୟ ପ୍ରତିଭା ଟ୍ରେଜେଡି କିଙ୍ଗ ଓଡ଼ିଆ ଅପେରା ଜଗତର ଦିଲୀପ କୁମାର ଭାବେ ସୁପରିଚିତ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ନାଟ୍ୟଶ୍ରୀ ଆର୍ତ୍ତବନ୍ଧୁ କୃତି ଓ କୃତିତ୍ୱ ଏ ଅଞ୍ଚଳରେ ନୁହେଁ ସାରା ରାଜ୍ୟରେ ପହଞ୍ଚାଇବାର ଆବଶ୍ୟକତା ରହିଛି।ତାଙ୍କର ଶତବାର୍ଷିକୀ କୁ ଆହୁରି ଉର୍ଣ୍ଣତ ମାନର କରିବା ପାଇଁ ଅତିଥି ମାନେ ପ୍ରତିଶୃତି ଦେଇଥିଲେ।ଏହି ଉତ୍ସବରେ ଜିଲ୍ଲା ତଥା ଜିଲା ବାହାରର ଶତାଧିକ କଳାକାର,ଲେଖକ,ନିଦେଶକ କଳାପ୍ରେମୀ ଦର୍ଶକ ଯୋଗ ଦେଇଥିଲେ।

Spread the love