90

ହଠାତ୍ ମାଡ଼ି ଆସିଲେ ମନ୍ତ୍ରୀ! ଥରିଲା ପୁରା କଲେଜ୍!

ଆକ୍ସନ ମୋଡ଼ରେ ମୁଖ୍ୟ ପ୍ରଶାସକ, ଜେଲ ଯିବେ ସେବାୟତ ମନ୍ତ୍ରୀ ଆସିଲେ ସବୁ ବୁଝିଲେ। କଲେ ତଦାରଖ । ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟକୁ ବିଶ୍ଵବିଶ୍ୱାଳୟ ମାନ୍ୟତା ଦେବା ପାଇଁ ଅନେକ ଦିନ ହେଲା ଚାଲିଛି ସଂଘର୍ଷ। ଆଉ ଏହି ସଂଘର୍ଷ ର ଏବେ ଅନ୍ତ ଘଟିଛି। ପଶ୍ଚିମ ଓଡିଶାର ଏକମାତ୍ର ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟକୁ ଅଚାନକ ଗସ୍ତରେ ଆସିଥିଲେ ରାଜ୍ୟ କ୍ୟାବିନେଟର ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତରାଜ ଓ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ। ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ କରିବା ପାଇଁ ଦେଲେ ପ୍ରତିଶ୍ରୁତି । ସୁଚନା ଅନୁଯାୟୀ ଦେବଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଜମନକିରା ବ୍ଲକ କୁଲୁଣ୍ଡି ଠାରେ ଥିବା ଶାରୀରିକ ମହାବିଦ୍ୟାଳୟକୁ ପରିଦର୍ଶନରେ ଆସିଥିଲେ ମନ୍ତ୍ରୀ ।

ଏହି ମହବିଦ୍ୟାୟାଳୟ ଟି ଦୀର୍ଘ ଦିନ ହେଲା ଭିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହି ସମସ୍ୟାର ସମାଧାନ ନେଇ କର୍ତ୍ତୁପକ୍ଷ ଏବଂ ପଦସ୍ଥ ଅଧିକାରୀଙ୍କ ଖାମଖିଆଲି ନୀତି ରହିଥିଲା।ଫଳରେ ଏକଦା ଓଡିଶାରେ ସର୍ବଶ୍ରେଷ୍ଟ ମାନ୍ୟତା ପାଇଥିବା ଏହି ମହାବିଦ୍ୟାଳୟ ପ୍ରତି, ସରକାରୀ ଷଡଯନ୍ତ୍ର ଲାଗିରହିଥିଲା। ଆଜି ମନ୍ତ୍ରୀ ନାୟକ ଶାରୀରିକ ମହାବିଦ୍ୟାଳୟରେ ପହଞ୍ଚିବା ପରେ, ଶାରୀରିକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ଦାବି ଉଠାଇଥିଲେ କତୃପକ୍ଷ। ଏପରିକି ମହିଳା ହଷ୍ଟେଲ ନଥିବାରୁ ଛାତ୍ରୀଙ୍କ ନାମଲେଖା ହୋଇପାରୁନି ଯାହାଫଳରେ ଶାରୀରିକ ଶିକ୍ଷାରୁ ମହିଳା ମାନେ ବଞ୍ଚିତ ରହୁଛନ୍ତି । ଏବଂ ମହିଳା ହଷ୍ଟେଲ ନିର୍ମାଣ, କରିବା ସହ ମହିଳାଙ୍କ ନାମଲେଖା ଓ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା। ଏପରିକି ଶାରୀରିକ ମହାବିଦ୍ୟାଳୟ ଥାଇବି ଆଉଟ ଡୋର ଓ ଇନଡୋର ଷ୍ଟାଡିୟମ ନଥାବାରୁ ତୁରନ୍ତ ଏହାର ନିର୍ମାଣ କରିବା ଭଳି ମୌଳିକ ଦାବି ପ୍ରତି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ମନ୍ତ୍ରୀ ଏସବୁ ଅବଗତ ହୋଇ ଉପଲବ୍ଧି କରିବା ପରେ ଯଥା ଶିଘ୍ର ଉନ୍ନତିକରଣ ଓ ବିଶ୍ୱ ବିଦ୍ୟାଳୟ ପାଇଁ ଆବଶ୍ୟକ ପ୍ରସ୍ତାବ ଦାଖଲ କରିବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ।
। ଏହି ସମୟରେ ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ,ବାହାମ ସରପଞ୍ଚ୍ ସରସ୍ବତୀ ଭୋସାଗର ପ୍ରମୁଖଙ୍କ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଦେଖିବାକୁ ବାକି ରହିଲା ମନ୍ତ୍ରୀ ତାଙ୍କ ପ୍ରତିଶୃତି କେତେ ରକ୍ଷା କରୁଛନ୍ତି ।

Spread the love