181

ଜଙ୍ଗଲକୁ ଫେରିଲେ ରାକ୍ଷାସ

ସୁବର୍ଣ୍ଣପୁର: ସବୁଠୁ ଶ୍ରେଷ୍ଠ ହେଉଛି ଏଇ ମଣିଷ ଜୀବନ । ନିଜେ ଚାଲି ବୁଲି ପାରୁଛୁ , ନିଜେ ଖାଇ ପାରୁଛି ଏବଂ ନିଜ କାମ ମଧ୍ଯ ନିଜେ କରିପାରୁଛି। କିନ୍ତୁ ଦିନ କୁ ଦିନ ଏ ମଣିଷ ହିଂସ୍ର ହେବାକୁ ଲାଗିଛି। ମଣିଷ ହୋଇ ମଧ୍ୟ ପଶୁ ଠାରୁ ହିନ କାମ କରିବାକୁ ପଛାଉନି ଏହି ମଣିଷ। ନିରୀହ ଯିବ ଜବନ୍ତୁଙ୍କର ଖୋଲୁନିପାଟି, ସେଥିପାଇଁ ଏ ମଣିଷ ତା ଉପରେ ଜୁଲମ କରିଚାଲିଛି। ନିରୀହ ଜିବ ଜନ୍ତୁଙ୍କୁ ମାରି କରିଚାଲିଛି ଅତ୍ୟାଚାର। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳରେ | କୁଞ୍ଜାପାଲି ନିକଟ ଚନ୍ଦିଲି ସଂରକ୍ଷିତ ଜଙ୍ଗଲରୁ ବରାହ ମାଂସ ଜବତ କରିଛି ବନବିଭାଗ। ଏଥି ସହ ପାଞ୍ଚ ଜଣ ଶିକାରୀଙ୍କୁ ମଧ୍ଯ ଗିରଫ କରାଯାଇଛି ।

ସୂଚନା ଅନୁସାରେ କୁଞ୍ଜାପାଲି ଅଞ୍ଚଳରେ ବନବିଭାଗ ଟିମ ଗତକାଲି ରାତିରେ ପେଟ୍ରୋଲିଂ କରୁଥିଲେ l ଏହି ସମୟରେ କୁଞ୍ଜାପାଲି ଗାଁ ନିକଟ ଚନ୍ଦିଲି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ଜନ୍ତୁ ଶିକାର ଚାଲିଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା l ରେଞ୍ଜର ସଞ୍ଜୀବ ରାଉତଙ୍କ ନେତୃତ୍ୱରେ ଯାଲୋଏ ବନପାଳ ପ୍ରଦୀପ ଜେନା ଏବଂ ସ୍କ୍ୱାର୍ଡ ଟିମ୍ ଚଢାଉ କରିଥିଲେ l ଏହି ଚଢାଉରେ 3କେଜି ବରାହ ମାଂସ, ଗୋଟିଏ ଟାଙ୍ଗିଆ, ଦେଢ଼ କେଜି ବିଦ୍ୟୁତ୍ ତାର ଏବଂ ଦୁଇଟା ବାଇକ୍ ଜବତ ସହ ଵିଧି ପଧାନ,ଗୋପବନ୍ଧୁ ଛତ୍ରିଆ, ବିଜେ ମୁଣ୍ଡା,ଅଶୋକ ଛତ୍ରିଆ,ଜଗତ ପଧାନଙ୍କୁ ଗିରଫ କରଜିଛି । ତେବେ ଏହି ନିରୀହ ପଶୁଙ୍କ ଉପରେ ବାରମ୍ୱାର ଅତ୍ୟାଚାର ହେଉଥିବାରୁ ସେଥିପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ତେବେ ଏନେଇ ବିନବିଭାଗ କେବେ ତତ୍ପରତା ଦେଖାଇବ ତାହା ଦେଖିବାକୁ ବାକି ରହିଲା।

Spread the love