107

ଆଇପିଏସ ରାହୁଲଙ୍କୁ ଫଶାଇ ଦେଲେ କୁନି ଏସପି

ନୟାଗଡ: ସମସ୍ୟା ହେଲେ ପୋଲିସ ପାଖକୁ ଯାଇଥାନ୍ତି ସାଧାରଣ ଜନତା । କିଛି ସମୟରେ ଅଭିଯୋଗ ଣୁଣି ମଧ୍ୟ ଅଣଦେଖା କରିଦିଅନ୍ତି ପୋଲିସ । କେଉଁଠି ଦୋଷୀଙ୍କୁ ଦଣ୍ଡ ପରିବର୍ତ୍ତେ ପଡିତାଙ୍କୁ ଭୋଗିବାକୁ ପଡିଥାଏ ଅକଥନୀୟ ଦଣ୍ଡ । ଆଉ ଏମିତିରେ ପୋଲିସକୁ ଦେଖିଲେ କିଛି ଲୋକ ଖୁବ୍ ଭୟ କରିନ୍ତି । କିନ୍ତୁ ଏବେ ସମୟ ବଦଳିଛି । ଏବେ ଆଉ ପୋଲିସ ବାବୁଙ୍କୁ ଭୟ ନୁହେଁ ସ୍ନେହ ଦେଉଛନ୍ତି ସାଧରଣ ଜନତା । ଆଞ୍‌ଗା ହଁ ଦର୍ଶକବନ୍ଧୁ ଟିକେ ନଜର ପକାନ୍ତୁ ଏହି ଅଫିସରଙ୍କ ଉପରେ । ପୋଲିସ ରୁପରେ ଆସି କାହାର ଭାଇ ତ କାହାର ପୁଅ ତ କାହାର ଡ୍ରିମ ମ୍ୟାନ ସାଜିଛନ୍ତି । ସମସ୍ତଙ୍କୁ ସ୍ନେହରେ ବାନ୍ଧି ରଖିଛନ୍ତି ନୟାଗଡ ଜିଲ୍ଲା ଓଚଝ ଅଫିସର ରାହୁଲ ଜୈନ କ୍ଷ ଆଞଗା ହଁ ଦରକାର ରାହୁଲ ଦବଙ୍ଗ ହୋଇ ଦୁର୍ନୀତି ଦମନ କରୁଛନ୍ତି । ଆଉ ଦରକାର ପଡିଲେ ଡ୍ରିମ ମ୍ୟାନ ହୋଇ ପିଲାଙ୍କ ସ୍ୱପ୍ନ ପୁରାକରୁଛନ୍ତି ।କିଛି ଦିନ ପୂର୍ବରୁ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗାଁରେ ବୁଲୁଥିଲେ ଏସ୍ପି ରାହୁଲ ଜୈନ ଗାଁ ପରିଦର୍ଶନ ସମୟରେ ହଠାତ୍ ରାହୁଲଙ୍କ ନଜର ପଡିଥିଲା କୁନି ପୁଅ ଆଶିଷ ଉପରେ । କୁନି ପୁଅଟି ହଠାତ୍ ଏସ୍ପି ରାହୁଲ ଜୈନଙ୍କୁ ସାଲୁଟ ମାରିଥିଲେ । ତେବେ ଛୋଟ ପିଲାଟି ପାଖରେ ଏଭଳି ସଂସ୍କାର ଦେଖି ବେଶ୍ ଖୁସି ହୋଇ ଆଇପିଏସ୍ ରାହୁଲ ପିଲାଟିକୁ ପ୍ରଶ୍ନ କରିଥିଲେ ଯେ ବଡ ହୋଇ ତୁମେ କଣ ହେବାକୁ ଚାହୁଁଛ । ତେବେ ଆଇପିଏସ୍‌ଙ୍କ ପ୍ରଶ୍ନ ଶୁଣି ସଙ୍ଗେ ସଙ୍ଗେ ପିଲାଟି ଉତ୍ତର ଦେଇଥିଲା ଯେ ବଡ ହୋଇ ଆପଣଙ୍କ ଭଳି ଆଇପିଏସ ଅଫିସର ହୋଇ ଆପଣଙ୍କ ଭଳି ଲୋକଙ୍କ ସେବା କରି ବି ।

ତେବେ ପିଲାଟିର କଥା ଶୁଣିବା ପରେ ଅଫିସର ଅତ୍ୟନ୍ତ ଖୁସି ହୋଇଥିଲେ । ଆଉ ସଙ୍ଗେ ସଙ୍ଗେ କୁନି ପିଲାଟିକୁତ୍ତଉତ୍ସାହିତ କରିବା ପାଇଁ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଶଙ୍ଖେଇ ଗାଁରେ ଆମ ପୋଲିସ କାର‌୍ୟ୍ୟକ୍ରମ କରି କୁନି ଆଇପିଏସ ଅଫିସରଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ଆଇପିଏସ୍ ରାହୁଲ । କୁନି ପୁଅ ଆଶିଷକୁ ପୋଲିସ ଅଧିକାରୀମାନେ ପୋଲିସ ଡ୍ରେସ, ବ୍ୟାଚ, କ୍ୟାପ ଆଦି ପିନ୍ଧାଇଥିଲେ କ୍ଷ ତେବେ କୁନି ପୁଅ ଆଶିଷର ପୋଲିସ ହେବାର ବଡ଼ ଇଛାକୁ ଏଭଳି ଭାବେ ଉତ୍ସାହିତ କରି ଆଇପିଏସ ରାହୁଲ ସାଧାରଣରେ ପ୍ରଶଂସାର ପ୍ରାତ୍ର ପାଲଟିଛନ୍ତି । ତେବେ ଖୁବ୍ କମ୍ ଅପିସରଙ୍କ ପଖେ ଏଭଳି ଜନସୋବର ମନବୃତ୍ତି ଦେଖାଯାଉଥିବା ବେଳେ ରାହୁଲଙ୍କ ଏଭଳି ପଦକ୍ଷେପ ସମାଜରେ ଏକ ଉଦାହରଣ ସୃଷ୍ଟି କରିଛି । ଏଥି ସହ ନୟାଗଡ ବାସୀଙ୍କ ପାଇଁ ରାହୁଲ ଯେମିତି ଏବେ ତାଙ୍କ ନିଜ ପୁଅ ଭଳି , ଏଇ ଦେଖୁନାହଁନ୍ତି ରାହୁଲଙ୍କୁ ପାଖରେ ପାଇ ଅଞ୍ଜଳବାସୀ କେତେ ଖୁସି ଜଣାପଡୁଛନ୍ତି । ସତରେ ଆଇପିଏସ୍ ରାହୁଲଙ୍କ ଏଭଳି କାର୍ଯ୍ୟ ବାସ୍ତବରେ ବେଶ୍ ପ୍ରଶଂସନୀୟ ।

Spread the love