134

ଖୁସି ଖବର ଦେଲେ ମୋଦୀ ସରକାର,୫ ଲକ୍ଷ ଲୋକଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର: ଗରୀବ ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର ଦେଲେ ମୋଦୀ ସରକାର। ସମସ୍ତଙ୍କୁ ଘର ଆଉ ରୋଜଗାର ଦେବାକୁ ଅଣ୍ଟା ଭିଡିଛନ୍ତି ବିଜେପି ସରକାର। ଘରେ ବସିବି ପ୍ରତିମାସରେ ମିଳିବ ୧୦୦୦ ଟଙ୍କା । ହଁ ଆଜ୍ଞା ଏମିତି ଖୁସି ଖବର ଦେଉଛନ୍ତି ବିଜେପି ସରକାର।କେମିତି ଯୋଡ଼ି ହେବେ ଏହି ଯୋଜନା ସହ ଜାଣନ୍ତୁ। ଇ-ଶ୍ରମ ଯୋଜନାରେ ଗରିବ ଶ୍ରମିକ ପରିବାରବାରକୁ ମିଳୁଛି ବହୁମୁଖୀ ଲାଭ। ଏହାସହ ପ୍ରତିମାସରେ ମୋଦି ସରକାର ଆକାଉଣ୍ଟକୁ ଦେଉଛନ୍ତି ୧୦୦୦ ଟଙ୍କା। ଦୁର୍ଘଟଣା ପାଇଁ ବୀମା ସହାୟତା ବି ୨ ଲକ୍ଷ ଟଙ୍କା ମିଳୁଛି।ଦୁର୍ଘଟଣାରେ ଅକ୍ଷମ ହେଲେ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ବି ମିଳୁଛି।ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ପ୍ରଥମ ଗୃହ ନିର୍ମାଣରେ ସରକାରୀ ଆର୍ଥିକ ସହାୟତା ମିଳୁଛି। ଗର୍ଭବତୀ ମହିଳାଙ୍କ ପିଲାମାନଙ୍କର ଭରଣପୋଷଣ ସହାୟତା ମିଳୁଛି। ଯଦି ଆପଣ ଏହି ଯୋଜନା ସହ ଯୋଡ଼ି ହୋଇ ନାହାନ୍ତି ତେବେ ଶୀଘ୍ର ଇ-ଶ୍ରମ ପୋର୍ଟାଲରେ ନିଜକୁ ପଞ୍ଜିକୃତ କରନ୍ତୁ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗ ପାଇଁ ସରକାର ଇ-ଶ୍ରମ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ଅଣସଂଗଠିତ କ୍ଷେତ୍ରରେ ପ୍ରବାସୀ ଶ୍ରମିକ, ପ୍ଲାଟଫର୍ମ କର୍ମଚାରୀ, ନିର୍ମାଣ ଶ୍ରମିକ, ଘରୋଇ ଶ୍ରମିକ, ରାସ୍ତା କଡ ଦୋକାନୀ ଏବଂ କୃଷି ଶ୍ରମିକ ଏହି ଯୋଜନାରେ ଉପକୃତ ହୋଇପାରିବେ । ଏହାସହ ମୋଦୀ ସରକାର ଓଡ଼ିଶାକୁ ୫ ଲକ୍ଷ ପକ୍କା ଘର ଯୋଗାଇ ଦେବେ ବୋଲି ଜଣାପଡିଛି। ବର୍ଷା ଦିନ ପରେ ୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଆଯିବ ବୋଲି ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ତେବେ ଗୋଟିଏ ପରିବାରର ବାପା ପୁଅ,ଭାଇ ଭାଇ ହିତାଧିକାରୀ ଅଧୀନରେ ଆସିଲେ ବି ସେମାନଙ୍କୁ ଘର ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହ କୌଣସି ବି ଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ କି ଘର ପାଇବା ପାଇଁ କାହାକୁ ଟଙ୍କାଟେ ପଇସା ଦେବାକୁ ପଡ଼ିବନି ବୋଲି ମନ୍ତ୍ରୀ କହିଛନ୍ତି। ହିତାଧିକାରୀ ସିଧାସଳଖ ଲାଭ ପାଇବେ। ଏଥି ପାଇଁ ଗାଁ ଗାଁରେ ପାଲିସଭା ହୋଇ ମତାମତ ନିଆଯିବ,ହିତାଧିକାରୀ ଚିହ୍ନଟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଏଥି ପାଇଁ ଅନଲାଇନ୍ ଆବେଦନ କରିବାକୁ ହେବ।

Spread the love