107

ଭୂଲି ପରେଲିନି ପ୍ରେମକୁ, ଏକା ସମୟରେ ଝୁଲି ପଡିଲେ ମହିଳା ଓ ପ୍ରେମିକ

ଗଂଜାମ: ପ୍ରେମ ଅନ୍ଧ ପ୍ରେମ ସାସ୍ୱତ ପ୍ରେମ ଚିରନ୍ତନ। କୁହାଯାଏ ପ୍ରଥମ ପ୍ରେମ କୁ ଭୁଲିବା ଏତେ ସହଜ ନୁହେଁ। କିନ୍ତୁ ଆଜିକା ସମାଜ ରେ ପ୍ରେମ ର ସଂଘ୍ୟ ବଦଳାଇ ଯାଇଛି । ଆଉ ଏମିତି ପ୍ରେମ କଲେକି, ଅନ୍ୟ ଜଣଙ୍କୁ ବିବାହ କରି ମଧ୍ୟ ନିଜେ ପ୍ରେମ କୁ ଭୂଲି ପାରିନାହାନ୍ତି । ଏ ସମାଜ ଏଭଳି ପ୍ରେମ କୁ ଗ୍ରହଣ କରେନି ସତ, କିନ୍ତୁ ପ୍ରତିଟି ମୁହୃତ୍ କୁ ପ୍ରଥମ ପ୍ରେମ କୁ ଝୁରି ଝୁରି ଶେଷରେ ଜୀବନ ବାଜି ସେ ମାନେ ଆଜି ହାରିଯାଇଛନ୍ତି । ଗଂଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରୁ ଆସିଛି ଏଭଳି ଏକ ବିଫଳ ପ୍ରେମକାହାଣୀ ର କରୁଣ ଚିତ୍ର । ବେଲଗୁଣ୍ଠା ବ୍ଲକ ବିଷ୍ଣୁଚକ୍ର ଗ୍ରାମର ଜାଗୃତି ଜେନା । ସେହି ଗ୍ରାମର ଅଜିତ ପଟ୍ଟନାୟକ ନାମକ ଏକ ଯୁବକ ସାଙ୍ଗରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟଙ୍କ ପ୍ରେମ ବହୁତ ଆଗକୁ ବଢିଥିଲା , ଘର ଲୋକ ଜାଣିବା ପରେ ଏହି ପ୍ରେମ କୁ ସ୍ପିକୃତି ମିଳିନଥିଲା । ଝିଅ ଘର ବଦନାମ ହେବା ଭୟରେ ତରବରିଆ ଭାବେ ଭଂଜନଗର ଆଣି ଝିଅକୁ ରଖିବା ସହ ନିକଟ ବେଣାକୁନ୍ଧା ଗ୍ରାମର ଶ୍ରୀନିବାସ ଜେନାଙ୍କ ସହ ବିବାହ କରାଇଦେଇଥିଲେ । ଦେହ ସିନା ଶ୍ରୀନିବାସଙ୍କ ପାଖରେ, ହେଲେ ମନ ଥାଏ ପ୍ରେମିକ ପାଖରେ । ମୋବାଇଲ ରେ ଥାଏ ଜୋଗାଯୋଗ ।

କେହି ନଥିବା ସମୟ ଦେଖି ବେଣାକୁନ୍ଧା ଗାଁ କୁ ଆସି ଉଭୟ ମିଳା ମିଶା କରନ୍ତି । ତେବେ ଧୀରେ ଧୀରେ ଗାଁ ଲୋକ ଜାଣିବା ପରେ ଯୁବକୁ ତାଗିଦ କରିଥିଲେ । ତାହା ପରଠୁ ଯିବା ଆସିବା ବନ୍ଦ ହୋଇଯାଉଥିଲା । ଏଭଳି ପରିସ୍ଥିତି ରେ ଆଉ ଅଧିକ ଦିନ ଦୁରେଇ ରହିବା ଉଭୟଙ୍କ ପକ୍ଷରେ ଖୁବ କଷ୍ଟ ସାଧ୍ୟ ହୋଇଯାଇଥିଲା । ଶେଷରେ ଏ ଜୀବନ ରଖି ଲାଭ ନାହିଁ ଧିକ ଏଭଳି ଜୀବନ , ଚିନ୍ତା କରି , ଜୁଲାଇ ୯ ତାରିଖରେ ଉଭୟେ ମୋବାଇଲ ରେ କଥା ହୋଇ ନିଜ ନିଜ ଘରେ ବେକରେ ରସି ଲାଗାଇ ଆତ୍ମହତ୍ୟା କରିଛନ୍ତି । ବେଣାକୁନ୍ଧା ଗାଁ ରୁ ଜାଗୃତିଙ୍କ ଶବ ଝୁଲୁଥିବା ବେଳେ ୨୦ କିଲୋମିଟର ଦୂର ବିଷ୍ଣୁଚକ୍ର ଗାଁ ରେ ପ୍ରେମିକ ର ଶବ ଝୁଲୁଥିଲା । ଏକାଠି ତ ବଞ୍ଚି ପାରିଲେନି ଏକାଠି ହୋଇ ମରିବା ନିସ୍ପତି ନେଇଗଲେ । ତେବେ ସେପଟେ ଜାଗୃତିଙ୍କର ଦୁଇଟି ଶିଶୁ ରହିଥିବା ବେଳେ , ଏ ନିଷ୍ପାପ ଶିଶୁ ଏବେ ମା ଛେଉଣ୍ଡ ହୋଇଗଲେ ।

Spread the love