123

ଶ୍ରୀମନ୍ଦିର ଛାଡିବେ ଶ୍ରୀଜଗନ୍ନାଥ!

ଭୁବନେଶ୍ୱର: କାହିଁକି ପଡିଗଲେ ବଡ ଠାକୁର । ମାଳିକା ଦେଲା ବଡ ପ୍ରମାଣ ।ମଙ୍ଗଳ ବାରେ ହେଲା ବଡ ଅମଙ୍ଗଳ। ପ୍ରଭୁ ଆଡପ ମଣ୍ଡପ ବିଜେ ସମୟରେ ଘଟିଲା ବଡ ଅଘଟଣ। ଆଡପ ମଣ୍ଡପକୁ ପହଣ୍ଡି ବିଜେ ବେଳେ ଖସିପଡିଲେ ବଡ ଠାକୁର ବଳଭଦ୍ର । ମୁହଁ ମାଡି ପଡ଼ିଲେ ବ୍ରହ୍ମାଣ୍ଡ ଠାକୁର ଓଡ଼ିଶା ପାଇଁ ଘନେଇ ଆସିଲା କି ବଡ ବିପଦ? ହେଲେ ଏଭଳି କିଛି ଘଟଣା ଘଟିଲେ ଜଗତ ପାଇଁ ବଡ ବିପଦ ଆସିବ ବୋଲି ମାଳିକାରେ ଲେଖାଥିବ ଚର୍ଚ୍ଚା ହେଉଛି। ଆଜି ପର୍ଯ୍ୟନ୍ତ ମାଳିକାରେ ବର୍ଣ୍ଣିତ ଘଟଣା ସତ ହେଉଥିବା ବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ସାଧୁସନ୍ଥ ଗଣ । କିଛି ଅଜଣା ବିପଦ ଓଡ଼ିଶା ଆଡ଼କୁ ମାଡି ଆସୁଥିବା କୁହାଯାଉଛି। କେହି କେହି କହୁଛନ୍ତି ମାଳିକା ବଚନ ସତ ହୋଇଛି, ଏବେ ଶ୍ରୀମନ୍ଦିର ଓ ପଣ୍ଡାଙ୍କ ପାଇଁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସୁରକ୍ଷା ବଡ କଷ୍ଟକର ହେବ।

ବାହାର ଶତ୍ରୁ ଜଗନ୍ନାଥଙ୍କୁ ଆକ୍ରମଣ କରିବେ,ମହାପ୍ରଭୁଙ୍କୁ ଚୋରେଇ ନେଇ ଯିବା ବେଳେ ଛତିଆରେ ଧରାପଡ଼ି ସେଇଠି ରହିବେ। ତେବେ ଏହି ଘଟଣା ପରେ ସୋସିଆଲ ମିଡିଆରେ ମାଳିକାର ଏକ ଉକ୍ତି ଯୋରସୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଲେଖା ଅଛି ହେ ରାଜା ! ଅସାବଧାନତା ହେତୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡିଯାଆନ୍ତି ତେବେ ରାଜାଙ୍କର ଏବଂ ରାଜ୍ୟର ମହା ଅନିଷ୍ଟ ହେବ। ଦୁର୍ଭିକ୍ଷ ପଡିବ। ମହାମାରୀ ମହାକାଳ ପାଲଟିବ ।

ଏଭଳି ଘଟଣା ବିରଳ ବୋଲି କହିଛନ୍ତି ବହୁ ପୁରୁଖା ସେବାୟତ। ସତରେ କଣ ଓଡ଼ିଶା ପାଇଁ ବଡ ବିପଦ ଆସୁଛି କି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠିଲାଣି । ପୂର୍ବରୁ କରୋନା ଓ ବଡ ଦେଉଳକୁ ନେଇ ମାଳିକାରେ ଯାହା ଲେଖା ହୋଇଛି ତାହା ସତ ହୋଇଛି, ତାହାଲେ ଏ କଥା ଯଦି ସତ ହୁଏ ଜୀବ ଜଗତ ରହିବ କି ନାହିଁ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି? କିଛି ସ୍ଥିତପ୍ରଜ୍ଞ ସାଧୁ କହିଛନ୍ତି ସେ ଇଚ୍ଛା ମୟ ତାଙ୍କ ଇଚ୍ଛାରେ ସବୁ ହୋଇଥାଏ ସେ ଜାଣି ଶୁଣି ଏଭଳି କିଛି ମାୟ କରିଛନ୍ତି ନଚେତ ଆମକୁ କିଛି ସଂକେତ ଦେଉଛନ୍ତି। ତେବେ ଏ ନେଇ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି ଉଠିଥିବା ବେଳେ ରାଜ୍ୟବାସୀ ବଡ ଠାକୁରଙ୍କୁ ଏପରି ପଡିଯିବାର ଦେଖି ଭାରାକ୍ରାନ୍ତ ହୋଇପଡିଛନ୍ତି ।

Spread the love