ଜଗତସିଂହପୁର: ଘରଭିତରେ ପଶି ମହିଳାଙ୍କୁ ଜାବୁଡ଼ି ଧରିଲା । ମହିଳା ଙ୍କ ପାଟିକୁ ବନ୍ଦ କରି ଦୁଷ୍କର୍ମ ଉଦ୍ୟମ କଲା ବିବାହିତା ପୁରୁଷ । ଏପରି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତ, ଦୁଆଡ଼ିଆ ଗ୍ରାମର ୨ ନଂ ୱାର୍ଡ଼ରେ।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁଆଡିଆ ଗ୍ରାମର ପରକ୍ଷିତ ପଳାଇଙ୍କ ପତ୍ନୀ ମଞ୍ଜୁଲତା ପଲାଇ ଶୌଚ ହେବା ପାଇଁ ବାହାରକୁ ଆସିଥଲେ । ଆଉ ଏହି ସମୟରେ ନିଜର ଲୋଭ ସମ୍ଭାଳି ନପାରି ସେହି ଗ୍ରାମର ଗୋବିନ୍ଦ ପଲାଇଙ୍କ ପୁଅ ଗୌର ପଲାଇ, ମଞ୍ଜୁଲତାଙ୍କ କବାଟ କଣରେ ଲୁଚି ରହିଥିଲା । ଆଉ ନିଜ ଶୋସ ମେଣ୍ଟାଇବା ପାଇଁ, ମଞ୍ଜୁଲତା ଘରେ ପଶିବା କ୍ଷଣି ଗୌର ପଲାଇ ତାଙ୍କୁ ଜାବୁଡ଼ି ଧରିବା ସହ ପାଟିକୁ ବନ୍ଦ କରି ଦୁସ୍କ୍ରମ୍ ଉଦ୍ୟମ କରିଥିଲା । ତେବେ ମଞ୍ଜୁଲତା ପାଟି କରି ସମସ୍ତଙ୍କୁ ଡାକିବାରୁ ଗୌର ସେଠାରୁ ଦୌଡ଼ି ପଳାଇଯାଇଥିଲେ। ଯାହାକୁ ନେଇ ମଞ୍ଜୁଲତା କୁଜଙ୍ଗ ଥାନାରେ ଗୌର ନାଁ ରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏଭଳି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଠି କରିଥିବା ବେଳେ ଦୋଷୀ ବିରୋଧରେ କଠୋର କର୍ଯ୍ୟନୁଷ୍ଠାନ ପାଇଁ ସାଧାରଣ ରେ ଦାବି ହେଉଛି । ସେପଟେ କୁଜଙ୍ଗ ପୋଲିସ ଦୋଷୀ ବିରୋଧରେ କଣ କର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
106