ଭୁବନେଶ୍ୱର: ଏବେ ବି ବିଜେଡିରୁ ସରିନି ପାଣ୍ଡିଆନଙ୍କ ପ୍ରଭାବ। ଏଥିରୁ ବାରି ହୋଇପଡୁଛି ଯେ ବିଜେଡ଼ିର ସବୁ ନୂଆ ଖେଳ ସେଇ ୬୦୦ କୋଟି ଟଙ୍କା ପାଇଁ ଚାଲିଛି । ସଂତୃପ୍ତ ମିଶ୍ରଙ୍କୁ ନବୀନଙ୍କ ରାଜନୈତିକ ସଚିବ କରି ଖେଳିଛନ୍ତି ବଡ ଖେଳ। ବିଜେଡି ପରିବର୍ତ୍ତନ କରିଥିବା କମିଟି ସଦସ୍ୟଙ୍କୁ ନେଇ ବଢ଼ିଛି ଚର୍ଚ୍ଚା। ବିଜେଡିରେ ଏବେ ବି ପାଣ୍ଡିଆନଙ୍କ ପତିଆରା ରହିଥିବା କୁହାଯାଉଛି। ପାଣ୍ଡିଆନ ଜାଣି ଶୁଣି ସଂତୃପ୍ତ ମିଶ୍ରଙ୍କ ଭଳି ରାଜନୀତିରେ ଅଭିଜ୍ଞତା ନଥିବା ଜଣେ ବ୍ୟକ୍ତିଙ୍କୁ ନବୀନଙ୍କ ରାଜନୈତିକ ସଚିବ କରି ବଡ ଚାଲ ଚଳେଇ ଛନ୍ତି। ବିଜେଡିକୁ ପାଣ୍ଡିଆନ କଣ୍ଟ୍ରୋଲ କରିବା ସହ ବବିଙ୍କ ପତା କାଟିବା ପାଇଁ ଯୋଜନା କରିଛନ୍ତି। ବିଜେଡି ପରିବର୍ତ୍ତନ କରିଥିବା କମିଟିରେ କେବଳ ପାଣ୍ଡିଆନଙ୍କ ଖାସ ଲୋକଙ୍କୁ ସ୍ଥାନ ମିଳିଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ନେଇ ବିଜେଡ଼ିର ସବୁ ଗୁମର ଖୋଲି ଦେଇଛନ୍ତି ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସାହୁ ।
35