73

ବବିଙ୍କ ମୁହଁ ଭାଙ୍ଗିଦେଲେ ନବୀନ, ଭାଙ୍ଗିଲା ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ

ଭୁବନେଶ୍ୱର: ପାଣ୍ଡିଆନଙ୍କ ପକ୍ଷ ଛେଦି, ଥୁଣ୍ଟା କରି ଦେଲେ ନବୀନ। ବିଜେଡିରୁ ସରିଲା କ୍ରୀତଦାସ ଯୁଗ,ମୂଳରୁ ପୋଚ୍ଛ ହେଲେ ବବି – ପାଣ୍ଡିଆନ। ବବି- ପାଣ୍ଡିଆନ ସ୍ବପ୍ନ ଭାଙ୍ଗିଦେଲେ ନବୀନ। ମୁଖ୍ୟମନ୍ତ୍ରୀ ହେବାର ଚାଲକୁ ଧୂଳିସାତ କରିଲା ନବୀନଙ୍କ ମାଷ୍ଟର ଷ୍ଟୋକ। ସମସ୍ତ ରାଜ୍ୟ କମିଟି ଭାଙ୍ଗି ବବିଙ୍କ ସାଂଗଠାନିକ ସମ୍ପାଦକ ପଦ ଛଡେଇ ନେଇଛନ୍ତି ନବୀନ। ଅନ୍ୟପଟେ ନୂଆ ଟିମ୍ ରେ ନାହାନ୍ତି ଗୋଟିଏ ବି ପାଣ୍ଡିଆନ ପାଦ ଚଟା ନେତା। ଦଳରେ ୧୪ ରଜ୍ୟ ସ୍ତରୀୟ ଓ ୫ ଜାତୀୟ ସ୍ତରୀୟ ମୁଖପାତ୍ରଙ୍କ ସହ ମିଡ଼ିଆ ସମ୍ପାଦକ, PRO ଓ ଅନ୍ୟ କେତେକ ପଦରେ ନିଯୁକ୍ତି ଦେଇଛନ୍ତି ନବୀନ। ତେବେ ଏଥର ବିଶ୍ବସ୍ତଙ୍କୁ ସାଙ୍ଗରେ ନେଇ ବାଟ ଚାଲିବାକୁ ନବୀନ ଆଗଭର ହୋଇଛନ୍ତି। ବିଜେଡିର ବିଭିନ୍ନ କମିଟିରୁ ପାଣ୍ଡିଆନ ଓ ବବିଙ୍କ ବୋଲକରାଙ୍କୁ କାଢି ବଡ ଝଟକା ଦେଇଛନ୍ତି ନବୀନ। ପାଣ୍ଡିଆନ- ବବିଙ୍କୁ ଏକ ପ୍ରକାର ଥୁଣ୍ଟା କରି ଦିଆଯାଇଛି ବୋଲି କୁହାଯାଉଛି। ଥୁଣ୍ଟା ଗଛ ଯେପରି ବେଶି ଦିନ ପଞ୍ଚିବା ସମ୍ଭବ ନୁହେଁ ବବି, ପାଣ୍ଡିଆନ ଏମିତି ଶକ୍ତିହୀନ ହୋଇ ଦଳରେ ବେସି ଦିନ ରହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ। ହାତରେ ନମାରି ବବି ପାଣ୍ଡିଆନଙ୍କୁ ଭାତରେ ମାରିଦେଲେ ନବୀନ ବୋଲି କହିଛନ୍ତି ସମୀକ୍ଷକ। ଦଳ ଭାଙ୍ଗିବା ପୂର୍ବରୁ ଗୁମାସ୍ତା ଓ କ୍ରୀତଦାସଙ୍କୁ ନାମ ଦେଇଦେଲେ ନବୀନ। ଏବେ ବିଜେଡି ସମ୍ପୂର୍ଣ୍ଣ ତାମିଲ ଓ କ୍ରୀତଦାସ ମୁକ୍ତ ବୋଲି କୁହାଯାଉଛି। ଏବେ କ୍ରୀତଦାସ କି ଗୁମାସ୍ତା ନୁହେଁ ଦକ୍ଷ ନେତା ସର୍ବେ ସର୍ବେ ହେବେ ଓ ଲୋକଙ୍କ ପାଖକୁ ବିଜେଡି ପହଞ୍ଚିବ ବୋଲି କୁହାଯାଉଛି। ଆଗାମୀ ପଞ୍ଚାୟତ ନିର୍ବାଚନ ଓ ୨୦୨୯ ସଧାରଣ ନିର୍ବାଚନରେ ନବୀନଙ୍କ ନୂଆ ଫୌଜ କମାଲ କରିବ ବୋଲି ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ କଣ ହେଉଛି ବିଜେଡି ସ୍ଥିତି?

Spread the love