ଭୁବନେଶ୍ୱର: ଆକ୍ସନ ମୋଡରେ ନବୀନ। ଆମ ଅନୁମାନ ସତ ହେଲା ବବିଙ୍କୁ ବିଦା କଲେ ନବୀନ। ଏବେ ସାଂଗଠାନିକ ସମ୍ପାଦକ ନୁହଁ ସାଧାରଣ କର୍ମୀ ହୋଇ ପତାକା ବନ୍ଧିବେ ପ୍ରଣବ ପ୍ରକାଶ ଦାସ। ବିଜେଡି ସାଂଗଠାନିକ ସମ୍ପାଦକ ପଦରୁ ବିଦା ହେଲେ ପ୍ରଣବ ପ୍ରକାଶ ଦାସ। ତାଙ୍କ ସହ ବିଦା ହୋଇଛନ୍ତି ଗଣମାଧ୍ୟମ ଦାୟିତ୍ୱରେ ଥିବା ମାନସ ମଙ୍ଗରାଜ। ବିଜେଡି ପତନ ପାଇଁ ବବି ହିଁ ଦାୟୀ ବୁଝି ଗଲେ ନବୀନ। ବବିଙ୍କୁ ବିଦା କରି ନବୀନ ବଜାୟ ରଖିଲେ ତାଙ୍କ କ୍ଲିନ ଇମେଜ। ଦଳରେ ଆଉ ମନମୁଖୀ କାର୍ଯ୍ୟ ଚାଲିବନି ବୋଲି ପ୍ରମାଣ କଲେ ବିଜେଡି ସୁପ୍ରିମ। ବିଜେଡି ଫାଳଫାଳ ହେବା ଆଗରୁ ବାବୁଙ୍କୁ ଆଉଟ୍ କରି ଗୃହଶତ୍ରୁ ବିଭିଷଣଙ୍କୁ ବଡ ଚେତାବନୀ ଦେଲେ ନବୀନ। ଗୋଟିଏ ପରେ ଗୋଟିଏ ଦଲାଲଙ୍କ ଉପରେ ନବୀନ ନେବେ ଆକ୍ସନ। ବବିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦେଖି ଅନ୍ୟ ନେତାଙ୍କ ଛାତି ଧଡ଼ ଧଡ଼। ବବିଙ୍କ ପରେ ପାଣ୍ଡିଆନଙ୍କ ପାଳି ପଡିବ ବୋଲି ଚର୍ଚ୍ଚା ହେଉଛି। ନବୀନଙ୍କ ହିଟ୍ ଲିଷ୍ଟରେ ଆହୁରି ଅନେକ ନେତା ଥିବା ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ ଆଗକୁ ଆଉ କାହାକୁ କାହାକୁ ବାଜୁଛି ନବୀନଙ୍କ ଛାଟ।
104