42

ଚେତିଲେ ବିଜେଡି ନେତା, ପାଣ୍ଡିଆନ ନୁହଁ ଏବେ ଆସିତ୍ୱ ପାଇଁ ଜନତା ଭରସା

ଭୁବନେଶ୍ୱର: ଜନତାଙ୍କ ଜମାଣିଆ ଚାପୁଡ଼ା ପରେ ବାଟ ଖୋଜୁଛନ୍ତି ବିଜେଡି ନେତା। ଗାଦି ଗଲାପରେ ପାଗ ଭିଡୁଛନ୍ତି ବିଜେଡି ପୂର୍ବତନ ମନ୍ତ୍ରୀ,ବିଧାୟକ।ଆଗରୁ ହତାଦର କରୁଥିଲେ ଏବେ ଖୋଜି ଖୋଜି ଜନତାଙ୍କୁ ଭେଟୁଛନ୍ତି ବିଜେଡି ନେତା। ଲୋକଙ୍କ ଦୁଃଖ ସୁଖ ବୁଝିବା ଦୂରର କଥା ସଭା ସମିତିରେ ଦେଖାଯାଉ ନଥିବା ନେତାମାନେ ଏବେ ଗାଁ,ଗାଁରେ ଏକୋଇସିଆରୁ ବାହାଘର ସବୁ କାମରେ ଯାଇ ହାବୁଡୁଛନ୍ତୁ। କେବଳ ହାବୁଡୁ ଛନ୍ତି ତାହା ନୁହେଁ ଲୋକଙ୍କୁ ଭେଟି ଘଣ୍ଟା ଘଣ୍ଟା ବସି କଥା ହେଉଛନ୍ତି। ଦିନେ ଯୋଉ ବିଜେଡି ନେତା ପାଣ୍ଡିଆନଙ୍କ ସହ ଫଟୋ ଉଠେଇ କୃତ୍ୟ କୃତ୍ୟ ହେଉଥିଲେ ଏବେ ସେମାନେ ଜନତାଙ୍କ ଦୁଆରେ ଅଧିଆ ପଡୁଛନ୍ତି। ସୋସିଆଲ ମିଡିଆରେ ବିଜେଡି ନେତାଙ୍କ ଗାଁ ବୁଲା ଫଟୋ ଦେଖି ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ଜନତାଙ୍କ ଚାପୁଡ଼ା ଖାଇ ବିଜେଡି ନେତାଙ୍କ ଗର୍ବ ଭାଙ୍ଗିଛି, ପାଣ୍ଡିଆନ ନୁହଁ ଜନତା ହିଁ ପ୍ରକୃତ ଉଦ୍ଧାର କର୍ତ୍ତା ବୋଲି ବିଜେଡି ଠିକ୍ ବୁଝିଛି ବୋଲି କୁହାଯାଉଛି। ଚେତିଲା ପରେ ଏବେ ଘର ସମ୍ଭାଳିବାକୁ ବାହାରିଛନ୍ତି ବିଜେଡି ନେତା। ତେବେ ପ୍ରଶ୍ନ ଉଠୁଛି ଯେ,୨୪ ବର୍ଷ ଜନତାଙ୍କ ଭୋଟ ନେଇ ସରକାରରେ ରହି ଜନତାଙ୍କ ସହ ଯେଉଁ ବିଶ୍ବାସ ଘାତକତା ହେଉଥିଲା ତାକୁ କଣ ଭୁଲିଯିବେ ଲୋକେ? ତୁଣ୍ଡ ଖୋଲିଲେ ମୁଣ୍ଡ କଟୁଥିବା ନେତାଙ୍କୁ କଣ ଆପଣେଇ ପାରିବେ ଜନତା? ପାୱାର କରିଡ଼ରରେ ହଜାର ହାଜର ଯୁବକଙ୍କ ଭବିଷ୍ୟତ ସହ ଖେଳିଥିବା ନେତାଙ୍କୁ କଣ ଆପଣେଇ ବେ ଜନତା? ଋଣ ଭାର ସହି ନପାରି ଆତ୍ମହତ୍ୟା କରିଥିବା ଚାଷୀ ପରିବାର କଣ ଏହି ସ୍ୱାର୍ଥପର ବିଜେଡି ନେତାଙ୍କୁ ସହଜରେ ଛାଡ଼ି ଦେବ? ଦାଦନ ଖଟିବାକୁ ଯାଇ ଯେଉଁ ସ୍ତ୍ରୀର ସ୍ବାମୀ ଓ ମା’ ର ପୁଅ ଫେରିଲାନି ସେମାନେ କଣ ଏହି ଏଣ୍ଡୁଅ ପରି ରଙ୍ଗ ବଦଳାଉଥିବା ବିଜେଡି ନେତାଙ୍କୁ କ୍ଷମା ଦେବେ? ? ଇତିଶ୍ରୀ, ବେବିନା,ପରି, ମମିତା ଭଳି ଝିଅକୁ ନ୍ୟାୟ ଦେଇ ପାରୁନଥିବା ନେତାଙ୍କୁ ପୁଣି କଣ ସୁଯୋଗ ଦେବାକୁ ଚାହିଁବେ ଜନତା? ତେବେ ଦେଖାଯାଉ ବିଜେଡି ନେତାଙ୍କ ଗାଁ ବୁଲା ୨୦୨୯ ରେ କିଛି ଫାଇଦା ଦେଉଛି କି ନାହିଁ।

Spread the love