ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଲାଞ୍ଚଖୋର କୁଜଙ୍ଗ ଥାନାର ସବ ଇନ୍ସପେକ୍ଟର ବିବେକାନନ୍ଦ ସାହୁ । ସୁଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାର ଏସ ଆଇ ବିବେକାନନ୍ଦ ସାହୁ ଜଣେ ଏଭଳି କର୍ତ୍ତବ୍ୟ ନିଷ୍ଠ ଏସ ଆଇ ପୋଲିସ ଥିଲେ ତାଙ୍କ ବିଷୟରେ କହିଲେ ସରିବନି । ଯାହାକି କିଛି ବର୍ଷ ତଳେ ନାଉଗାଁ ଥାନାରେ କାର୍ଯ୍ୟ କରୁଥିବା ବେଳେ ନାଉଗାଁ ଅଞ୍ଚଳ ରେ ଚୋରି ଡକାୟତି ବେସ ଧୁମଧାମରେ ଚାଲିଥିଲା। ଅନ୍ୟ ପକ୍ଷରେ। ପୋଲିସ ବାବୁ ମଦ୍ୟପାନ କରୁଥିବାର ବିଡ଼ିଓ ସାଧାରଣ ଲୋକଙ୍କ ଏ ମୋବାଇଲ ରୁ ସେ ମୋବାଇଲ ଘୁରି ବୁଲୁଥିଲା ଜାହା ସାଧାରଣ ରେ ବଡ଼ ଚର୍ଚ୍ଚାର ବିଷୟ ହୋଇଥିଲା । ସାଧାରଣ ଲୋକଟିଏ ଅଭିଯୋଗ ଦେଲା ବେଳେ ଭୟବିତ ରହୁଥିଲା। ବର୍ତମାନ ଏସ ଆଇ ବାବୁଙ୍କୁ ଆଉ ଗୋଟିଏ ଫର୍ଦ ଜୋଡାହେଲା ଯାହାକି କୁଜଙ୍ଗ ଅଞ୍ଚଳର ବାଗୋଇ ଗ୍ରାମର ଜଣେ ସରୋଜ କୁମାର ସ୍ବାଇଁ ନାମକ ବ୍ୟକ୍ତି ଜମିବାଡ଼ି ବିବାଦକୁ ନେଇ କୁଜଙ୍ଗ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ କୁଜଙ୍ଗ ଥାନାର ଏସ ଆଇ ବିବେକାନନ୍ଦ ସାହୁ ଯିଏ ଦୋସି ତାକୁ ମାପ କରିଦେଇ, ଯିଏ ନିର୍ଦୋଷ ତାକୁ ଆଇନର ଜାଲରେ ଛନ୍ଦି ବିଭିନ୍ନ ଉପାୟରେ ଟଙ୍କା ଆଦାୟ କରୁଛନ୍ତି। ଖାଲି ସେତିକି ନୁହେଁ, ଅନେକ ସମୟରେ ନିର୍ଯାତନା ଦେଇ ଆସୁଥିବାବେଳେ ନିର୍ଜାତନା ସହିନପାରୀ ସେ ରେ କେସ କୁ ରଫାଦଫା କରିବା ପାଇଁ ଅଭିଯୋଗ କାରି ଏସଆଇଙ୍କ ସହିତ, କେସ କୁ ଫାଇନାଲ କରିବାକୁ କହିଥିଲେ । ଆଜି ଏସ ଆଇ ବିବେକାନନ୍ଦ ସାହୁ ଙ୍କୁ ଫାଇନାଲ କରିବା ସହି ପୂର୍ବରୁ କହିବା ମୁତାବକ ସାଥିରେ ଆଣିଥିବା ୧୦,୦୦୦ ଟଙ୍କା ଲାଞ୍ଚ ଦେଉଥିବା ବେଳେ । ହଠାତ୍ ଜଗତସିଂହପୁର ଓ କଟକ ଭିଜିଲାନ୍ସ ଚଢ଼ାଉ କରି ବିବେକାନନ୍ଦ ସାହୁଙ୍କ ଠାରୁ ୧୦,୦୦୦ ହଜାର ଜବତ କରିବା ସହିତ ଏସ ଆଇ ବିବେକାନନ୍ଦ ସାହୁଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗ ରେ ଗିରଫ କରିଛି । ସେପଟେ ଭିଜିଲାନ୍ସ ପକ୍ଷରୁ କ୍ବାଟର ଏବଂ ଥାନାରେ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।
72