81

ରାଜ୍ୟରେ ୩୦୦୦ ମିଳିବ ଭତ୍ତା, ବଡ ଉପହାର ଦେଲେ ମୋହନ ସରକାର

ଭୁବନେଶ୍ୱର: ବିଜେପି ଆସିଲା ମଉସା ମାଉସୀଙ୍କ ମୁହଁରେ ହସ ଫୁଟିଲା। ଖୁବଶୀଘ୍ର ବୃଦ୍ଧି ହେବ ଭତ୍ତା। ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି ନେଇ ସଂକେତ ଦେଇଛନ୍ତି ନୂଆ ସରକାର। ସାମାଜିକ ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ବଡ ସୂଚନା ଦେଇଛନ୍ତି।ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପ୍ରସ୍ତୁତି ଚାଲିଛି। ଭିନ୍ନ ବର୍ଗରେ ଲୋକଙ୍କୁ ମିଳୁଥିବା ସରକାରୀ ଭତ୍ତା ପରିମାଣ ବୃଦ୍ଧି ପାଇବ। ଏହି ଭତ୍ତା ଟଙ୍କାକୁ ସର୍ବନିମ୍ନ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ସରକାର ଚିନ୍ତା କରୁଛନ୍ତି। ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଏନେଇ ସହ ଆଲୋଚନା ଜାରି ରହିଛି।ଆଲୋଚନା ପରେ କେଉଁ ବର୍ଗର ଭତ୍ତାକୁ ବୃଦ୍ଧି କରାଯିବ ସେନେଇ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି। ତେବେ ନିର୍ବାଚନ ପୂର୍ବରୁ ବିଜେପି ଭତ୍ତା ବୃଦ୍ଧି କରିବାକୁ ସଂକଳ୍ପପତ୍ରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରିବାକୁ ଯାଉଛି ବୋଲି କୁହାଯାଉଛି।କୁହାଯାଉଛି, ଆଗକୁ ବଜେଟ ଆସିବାକୁ ଯାଉଛି, ତେଣୁ ଏ ସଂକ୍ରାନ୍ତରେ ବ୍ୟୟବରାଦ ହୋଇପାରେ । ତେବେ ଭତ୍ତା ବୃଦ୍ଧି ସୂଚନା ପରେ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Spread the love