30

ପାକିସ୍ତାନୀଙ୍କ ପରେ ଏବେ ବାଂଲାଦେଶୀଙ୍କ ପାଳି!

କର୍ତ୍ତବ୍ୟ ନ୍ୟୁଜ ବ୍ୟୁରୋ: ପହଲଗାମ୍ ହମଲା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର | ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶ ଅନୁଯାୟୀ, ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରାଯାଉଛି । ଦେଶ ବାହାର ରାସ୍ତା ଦେଖାଯାଉଛି । କିନ୍ତୁ ଏହାରି ଭିତରେ ବାଂଲାଦେଶୀ ଅନୁପ୍ରବେଶକାରୀ ଦେଶର ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ରାଜ୍ୟ ସରକାର ଏ ଦିଗରେ ନେବାକୁ ଯାଉଛନ୍ତି ବଡ଼ ଆକ୍ସନ । ଖୁବଶୀଘ୍ର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ବିଦା କରାଯିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।

ପାକିସ୍ତାନୀ ନାଗିରକଙ୍କୁ ବିଦା ଲାଗି ଚିହ୍ନଟ ପ୍ରକ୍ରିୟା ସରିଲା । ଭୁବନେଶ୍ବର, ବାଲେଶ୍ବର, ବଲାଙ୍ଗୀର, ବ୍ରହ୍ମପୁର ଆଦି ସ୍ଥାନରୁ ଚିହ୍ନଟ ହୋଇଛନ୍ତି ପାକିସ୍ତାନୀ ନାଗରିକ । ଯେଉଁମାନେ କି ଦୀର୍ଘ ବର୍ଷ ଧରି ଏସବୁ ସ୍ଥାନରେ ରହି ଆସୁଥିଲେ। ଖାଲି ରହୁନଥିଲେ ଭାରତୀୟ ପରିଚୟ ପତ୍ର ହାତେଇ ସରକାରୀ ଯୋଜନାରେ ଲାଭ ବି ଉଠାଉଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ପାକିସ୍ତାନୀ ନାଗରିକଙ୍କୁ ବିଦା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ସାରା ଦେଶରେ ଧରପଗଡ଼ ଜୋର ଧରିଛି । ତଥ୍ୟ କହୁଛି ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ନାଗରିକ ରହୁଛନ୍ତି ।

 

 

Spread the love